www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ୧୦ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂରସଂଘ ତରଫରୁ ଆଜି ନବରଙ୍ଗପୂୁର ବ୍ଳକସ୍ତରୀୟ ଆନ୍ଦୋଳନ କରାଯାଇଥିଲା। ଏହିଅବସରରେ ଶୋଭାଯାତ୍ରାରେ ଆସି ବିଡିଓଙ୍କର ମାଧ୍ୟମରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ୧୦ ଦଫା ଦାବି ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମକମିଶନର, ଜିଲାପାଳ ଓ ଜିଲା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ କରୋନା ସମୟରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆସିଥିବା ୧୫୦୦ ଟଙ୍କା ସରକାର ମଞ୍ଜୁର କରିଥିଲେ ହେଁ ତାହା ବ୍ଳକ ଓ ପୈାରାଞ୍ଚଳର ଅନେକ ହିତାଧିକାରୀ ପାଇପାରି ନାହାନ୍ତି। ତେଣୁ ଯଥାଶ୍ରୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ଟଙ୍କା ପ୍ରଦାନ କରାଯାଉ। ଜିଲା ଶ୍ରମ କାର୍ଯ୍ୟାଳୟରେ ଖାଲିଥିବା ପଦବୀ ପୁରଣ କରିବା, ଶ୍ରମିକ ସହାୟତା ରାଶି, ସ।ଇକେଲ, ଯନ୍ତ୍ରପାତି, ସୁରକ୍ଷା ଉପକରଣ, ବିବାହ, ମୃତ୍ୟୁକାଳୀନ, ପ୍ରସବ କାଳନୀ, ଚିକିତ୍ସା, ଶିକ୍ଷା ସହାୟତା, ଘର ତିଆରି ସମ୍ବନ୍ଧୀୟ ଆବେଦନ ଗୁଡିକ ତୁରନ୍ତ ସମାଧନ କରି ନିର୍ମାଣ ଶ୍ରିମକମାନଙ୍କୁ ପ୍ରଦାନ କରାଯିବା। ଦକ୍ଷତା ବୃଦ୍ଧି ତାଲିମ ପାଇଥିବା ଶ୍ରମିକମାନଙ୍କୁ ପ୍ରମାଣପତ୍ର ସହ ସେମାନଙ୍କୁ ୧୫ଦିନର ପ୍ରାପ୍ତ୍ୟ ୩ହଜାର ଟଙ୍କା ପ୍ରଦାନ କରିବା, ଜିଲାର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ନିଯୁକ୍ତିି କରିବା ଓ ଗ୍ରାମୀଣ ଶ୍ରମ ନୀରକ୍ଷିକ ନିଯୁକ୍ତି ଦେବା ଇଦ୍ୟାଦି ଦାବି କରାଯାଇଛି। ପଞ୍ଜିକୃତ ଟ୍ରେଡ୍‍ ୟୁନିୟନର ଭାରପ୍ରାପ୍ତ ପ୍ରତିନିଧିଙ୍କର ଦସ୍ତଖତ ମାଧ୍ୟମରେ ନିର୍ମାଣ ଶ୍ରମିକଙ୍କର ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ରଖାଯିବା ଓ ଯେଉଁ ପଞ୍ଜିକୃତ ଶ୍ରମିକମାନେ ଆଜିପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ନାହାନ୍ତି ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ଭାରତୀୟ ମଜଦୁର ସଂଘର ଜିଲା ସଭାପତି ବାଙ୍କ ବିହାରୀବିଷୋୟୀ, ଉପସଭାପତି ରଙ୍କନିଧି ଜେନା, ସମ୍ପାଦକ ତଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ସଭାପତି ପରମେଶ୍ୱର ବିଷୋୟୀ ଓ ଜିଲା ସମ୍ପାଦକ ରାମ ବିଷୋୟୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories