www.samajalive.in
Saturday, December 6, 2025
19.1 C
Bhubaneswar

ବିକଶିତ ଓଡିଶା ଗଠନ ପାଇଁ ମୋଦୀ ସରକାର ବଦ୍ଧପରିକର, ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତ ପ୍ରସ୍ତୁତ

ଭୁବନେଶ୍ୱର: ଭାରତୀୟ ସଂସ୍କୃତି, ପରଂପରା, ଐତିହ୍ୟ, କଳା, ଭାଷା ଆଦି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପ୍ରତ୍ୟେକ ଭାରତୀୟଙ୍କୁ ଗୈାରବ୍ୱାନିତ କରିଛନ୍ତି ଦେଶର ନେତୃତ୍ୱ ନେଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭଗବାନ ବିର୍ସା ମୁଣ୍ଡା, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ପାଳନ କରିବା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ସ୍ୱତନ୍ତ୍ରତାକୁ ପୁଣି ଥରେ ସାମ୍ନାକୁ ଅଣିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆସନ୍ତା ୩୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା “ରନ୍ ଫର୍ ୟୁନିଟି”ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତବର୍ଷ ଆଜି ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି। ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତବର୍ଷ ଆଜି ପ୍ରସ୍ତୁତ । ବିକଶିତ ଭାରତ ଗଠନ ପାଇଁ ଆମେ ଯାତ୍ରା ଆରମ୍ଭ କରିଦେଇଛୁ। ଏହି ସମୟରେ ଆମେ ଅନେକ ଚ୍ୟାଲେଂଜର ସମ୍ମୁଖୀନ ହେବା । ବିଶେଷ ଭାବେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପଟେ ଆନିମେସନ ଦୁନିଆରେ ଭାରତର ପ୍ରାଧାନ୍ୟ ବଢି ଚାଲିଥିବାବେଳେ ଅନ୍ୟପଟେ ଡିଜିଟାଲ ଆରେଷ୍ଟ” ଭଳି ଭୟଭୟତାକୁ ସମ୍ମୁଖିନ କରି ସମସ୍ୟାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

- Advertisement -

ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରଂପରା, କଳାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃତ୍ୱକୁ କୋଣାର୍କ ଚକ୍ର ତଳେ ଏକାଠି କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜିର ଡିଜିଟାଲ ଯୁଗରେ ଆନିମେସନ ଜରିଆରେ ବିଶ୍ୱର କୋଣ କୋଣକୁ କୋଣାର୍କ ଓ ଓଡିଶୀ ନୃତ୍ୟକୁ ପହଞ୍ଚାଇଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ବିକଶିତ ଓଡିଶା ଗଠନ ପାଇଁ ମୋଦି ସରକାର ବଦ୍ଧପରିକର ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଜନଆନ୍ଦୋଳନରେ ପରିଣତ ହୋଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣକୁ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ୱାର୍ଡରେ ରାଜ୍ୟ ସଭାପତି ଶ୍ରୀ ସାମଲ ଶୁଣିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ସ୍ଥାନୀୟ କର୍ପୋରେଟର ଅପରୂପ ରାଉତ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ।

‘ମନ କି ବାତ’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କ୍ରୀଡା, ପର୍ଯ୍ୟଟନ, ସଂସ୍କୃତି ସମେତ ସ୍ୱାବଲମ୍ବୀ ଭାରତ ଗଠନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି । ଏହା ୧୪୦କୋଟି ଦେଶବାସୀଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories