www.samajalive.in
Monday, December 8, 2025
27.1 C
Bhubaneswar

ଅତାବିରା ବସଷ୍ଟାଣ୍ଡରେ ଦୁଇ କାର ଓ ଅଟୋ ମଧ୍ୟରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ରୁ ସମ୍ବଲପୁର ସମ୍ବଲପୁର ଜିଲ୍ଲା କୁ ସଂଯୋଗ କରିଥିବା ୫୩ ନମ୍ବର ଜାତୀୟ  ରାଜପଥ ଅତାବିରା ବସଷ୍ଟାଣ୍ଡ ଠାରେ ଆଜି ସକାଳେ ଏକ ବଡ଼  ଧରଣର ଦୁର୍ଘଟଣା ହେଇ ହେଉ ଅଳ୍ପକେ ବର୍ତ୍ତି ଯାଇଥିଲା।
ଅତାବିରାରୁ ଅନୁଗୁଳ ଯିବା ପାଇଁ ଏକ ଚାରିଚକିଆ  ଅଟୋ ଓଡ଼ି ୧୭ଜି ୯୬୬୪ ନମ୍ୱର୍ ଟି ସାମଗ୍ରୀ ଲୋଡ ହୋଇ ଛିଡ଼ା ହୋଇଥିଲା ସମ୍ବଲପୁର ଆଡ଼କୁ ମୁହଁ କରି। ବରଗଡରୁ ଭୁବନେଶ୍ୱର ଯାଉଥିବା ଏକ କାର ଓଡି ୧୭ ଏବି ୭୬୮୦ ରେ ଥିବା ସମସ୍ତେ  ଜଳଖିଆ ସାରି ଜାତୀୟ ରାଜପଥର ଉଭୟ ପାର୍ଶ୍ଵକୁ ନ ଦେଖି ଟର୍ଣିଂ କରିବା ପୂର୍ବରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଆଉ ଏକ କାର ନଂ ଓ ଆର ୦୯ ପି ୬୪୪୬  ଧକ୍କା ଦେବା ଫଳରେ   କାରଟି ଡିଭାଇଡର ଉପରକୁ ଚଢ଼ି ଯାଇଥିଲା ଓ  ଧକ୍କା  ଦେଇଥିବା କାରଟି ଠିଆହୋଇଥିବା   ଅଟୋକୁ ପୁଣି ଧକ୍କା  ଦେଇ  ତାହା ମଧ୍ୟ ଡିଭାଇଡର ଉପରକୁ ଚଢ଼ିଯାଇଥିଲା ।  ଫଳରେ   ସମସ୍ତ ଗାଡ଼ି ଚୂର୍ ମାର ହୋଇ ଅଳ୍ପକେ  ବର୍ତ୍ତି ଯାଇଥିଲେ  ଚାଳକ ଓ ଗାଡ଼ିରେ  ଥିବା ଯାତ୍ରୀ। ଘଟଣା ପରେ ଜାତୀୟ ରାଜପଥ ଗୋଟିଏ ପାର୍ଶ୍ଵ ଦୀର୍ଘ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ଷତି  ହୋଇଥିବା କାର କୁ  ଜବତ କରି ତଦନ୍ତ ଜାରି ରଖିଛି ।
ଅତାବିରା ନିର୍ବାଚନ ମଣ୍ଡଳୀ ତଥା ଏନଏସି ହେବା ପରେ  ମଧ୍ୟ ଅତାବିରାରେ  ନା ବସଷ୍ଟାଣ୍ଡ, ନା ଟ୍ରାଫିକ ବ୍ୟବସ୍ଥା କରାଯାଉଛି ।  ଉଭୟ ପାର୍ଶ୍ଵରେ ଜବରଦଖଲକାରିଙ୍କ କବଜାରେ ଦୋକାନ ବଜାର ରହିଛି।  ସେଥିପାଇଁ ଦୁର୍ଘଟଣାର ଶିକାର ହେଉଛନ୍ତି ଯାତ୍ରୀ । ତେବେ ଦେଖା ଯାଉ ଆଉ କେତେ ଦିନ ପରେ  ଅତାବିରା ବସଷ୍ଟାଣ୍ଡର ନକ୍ସା ବଦଳିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories