www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବିଧାନ ଦିବସରେ ମୁଖବନ୍ଧ ପାଠ କରିବେ ରାଷ୍ଟ୍ରପତି, ଦେଶବାସୀଙ୍କୁ ପାଠ କରିବାକୁ ଆହ୍ୱାନ ଦେଲେ ସଂସଦୀୟ ମନ୍ତ୍ରୀ

ସମ୍ବିଧାନ ତଥା ଏହାର ମୂଲ୍ୟବୋଧ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏକ ପ୍ରୟାସ ସ୍ୱରୂପ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବିଧାନ ଦିବସରେ ସଂସଦର କେନ୍ଦ୍ରୀୟ କକ୍ଷରେ ଏକ କାର୍ଯ୍ୟକ୍ରମରେ ସମ୍ବିଧାନର ମୁଖବନ୍ଧ ପାଠ କରିବେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୬ରେ ହେବାକୁ ଥିବା ସମ୍ବିଧାନ ଦିବସରେ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଘୋଷଣା କରିଛନ୍ତି।

ଏହି ଦିବସରେ ଅନଲାଇନରେ ନାଗରିକଙ୍କ ପାଇଁ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଯୋଶୀ କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଏହି ସମ୍ବିଧାନ ଦିବସ ପାଳନ କରାଯିବ। ଲୋକସଭା ବାଚସ୍ପତି ତଥା ସଚିବଙ୍କ ଦ୍ୱାରା ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

- Advertisement -

ନଭେମ୍ବର ୨୬ରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଏବଂ ଅନ୍ୟମାନେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ସମ୍ବିଧାନର ମୁଖବନ୍ଧ ପାଠ କରିବେ, ଏଥି ସହ ସମସ୍ତ ଦେଶବାସୀମକୁ ମଧ୍ୟ ଏହା ପାଠ କରିବାକୁ ନିବେଦନ କରାଯାଉଛି। ରାଷ୍ଟ୍ରପତିଙ୍କ ସହ ଏହା ପାଠ କରିବା ସହିତ ଭିଡିଓଟିକୁ ଆପଣଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରନ୍ତୁ ଏବଂ ଏଥିପାଇଁ ଅଂଶଗ୍ରହଣକାରୀ ନାଗରିକଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମ ସକାଳ ୧୧ଟାରୁ ଆରମ୍ଭ ହେବ ଏବଂ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ସହ ଯୋଗ ଦେବାକୁ ଏବଂ ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଅପଲୋଡ୍ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସାମ୍ବିଧାନିକ ନୀତିନିୟମ, ଏହାର ଇତିହାସ ଏବଂ ବି.ଆର ଆମ୍ବେଦକର ଏବଂ ଅନ୍ୟମାନଙ୍କ ଭୂମିକା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ। ଏ ନେଇ ‘ଜନ ଭାଗିଦାରୀ’ ନିଶ୍ଚିତ କରିବାକୁ ମନ୍ତ୍ରୀ କହିଛନ୍ତି ଯେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରିଛି – ଗୋଟିଏ ହେଉଛି ୨୩ଟି ଭାଷାରେ (୨୨ଟି ସରକାରୀ ଭାଷା ଏବଂ ଇଂରାଜୀ) ଓ ସମ୍ବିଧାନର ମୁଖବନ୍ଧ ଅନଲାଇନ୍ ପଠନ ପାଇଁ mpa.nic.in/constitution-day ପୋର୍ଟାଲ ଯାହା ନଭେମ୍ବର ୨୬ରୁ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ ହେବ।

ଦ୍ୱିତୀୟ ପୋର୍ଟାଲ୍ mpa.nic.in/constitution-day ଅନଲାଇନ୍ କୁଇଜ୍ ପାଇଁ ଉଦ୍ଦିଷ୍ଟ। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନର ମୁଖବନ୍ଧ ପାଇଁ ଫ୍ରେମ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜୟ ପ୍ରକାଶ ଲେଖିୱାଲଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର କଳାକୃତ୍ତି ସମ୍ପର୍କିତ ଉପାଦାନଗୁଡିକ ଫ୍ରେମରେ ଅନ୍ତର୍ଭୂକ୍ତ କରାଯାଇଛି।

କୁଇଜ୍ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଫୋନ୍ ନମ୍ବର ମାଧ୍ୟମରେ ହେବ ଏବଂ ସମାନ ନମ୍ବରରୁ ଏକରୁ ଅଧିକ ପଞ୍ଜୀକରଣ କରାଯାଇପାରିବ। ସମ୍ବିଧାନର ମୁଖବନ୍ଧ ଏବଂ ଅନଲାଇନ୍ କୁଇଜ୍ ପଢିବା ଦ୍ୱାରା ଯୁବ ପିଢ଼ି ସମ୍ବିଧାନ ବିଷୟରେ ଅବଗତ ହେବେ। ସମ୍ବିଧାନର ମୌଳିକ ନୀତି ପ୍ରତ୍ୟେକ ନାଗରିକ ବୁଝିପାରିବେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories