www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରୟାଗରାଜ ସଙ୍ଗମ ଷ୍ଟେସନ ୧୪ ଯାଏ ବନ୍ଦ

ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢିବାରେ ଲାଗିଛି। ମେଳାକୁ ଶ୍ରଦ୍ଧାଳୁମାନେ ଟ୍ରେନ ଓ ବିମାନ ବ୍ୟତୀତ ସଡକ ପଥରେ ବହୁ ସଂଖ୍ୟାରେ ଆସୁଛନ୍ତି। ଫଳରେ ମେଳାକୁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ଦୀର୍ଘ ଦୂର ପର୍ଯ୍ୟନ୍ତ ଟ୍ରାଫିକ ଭିଡ ଦେଖାଯାଇଛି। ଟ୍ରାଫିକ୍ ଭିଡ ଯୋଗୁଁ ଶ୍ରଦ୍ଧାଳୁମାନେ ବହୁ ସମୟ ଧରି ରାସ୍ତାରେ ଅଟକି ରହିଛନ୍ତି। ଏପରିକି ଅନେକ ଶ୍ରଦ୍ଧାଳୁ ଖାଦ୍ୟ ପାନୀୟ ବିନା ଦୟନୀୟ ସ୍ଥିତିରେ ରାସ୍ତାରେ ଅଟକି ରହିଛନ୍ତି। ବୁଧବାର ମାଘ ପୂର୍ଣ୍ଣିମାରେ ପବିତ୍ର ସ୍ନାନ ଲାଗି ଶ୍ରଦ୍ଧାଳୁଙ୍କ ଆଗମନ ବଢିଛି। କୁମ୍ଭମେଳାରେ ଟ୍ରାଫିକ ଭିଡ ଦେଖାଯିବା ପରେ ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନକୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ମହାକୁମ୍ଭ ପାଇଁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନଗୁଡିକ ଆଉ ସଙ୍ଗମ ଷ୍ଟେସନରେ ଅଟକିବ ନାହିଁ।
ଏହି ଟ୍ରେନଗୁଡିକ କୁମ୍ଭମେଳା ନିକଟ ଅନ୍ୟ ୮ଟି ଷ୍ଟେସନ ଯଥା ନୌନି, ପ୍ରୟାଗରାଜ ଛକ, ପ୍ରୟାଗରାଜ ଜଙ୍କସନ, ସୁବେଦାରଗଞ୍ଜ, ପ୍ରୟାଗ, ଫାଫାମାଉ, ପ୍ରୟାଗରାଜ ରାମବାଗ ଓ ଜୁଲସି ଷ୍ଟେସନରେ ଅଟକିବ। ମହାକୁମ୍ଭରେ ଟ୍ରାଫିକ ଭିଡକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିବା ସେ କହିଛନ୍ତି। ରାସ୍ତାରେ ଅଟକି ରହିଥିବା ଯାତ୍ରୀଙ୍କୁ ସହାୟତା ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। ଲକ୍ଷ୍ନୌରୁ ପ୍ରାୟାଗରାଜକୁ ସଂଯୋଗ କରୁଥିବା ରାସ୍ତା ୩୦ କିମି ପର୍ଯ୍ୟନ୍ତ ଯାନବାହନ ଅଟକି ରହିଛି। ସେହିପରି ରେୱା ରାସ୍ତାରେ ୧୬କିମି, ବାରାଣସୀରେ ୧୫ କିମି ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ଭିଡ ହୋଇଛି। ଏହି ଟ୍ରାଫିକ ଭିଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଟ୍ରାଫିକ ଭିଡ ଯୋଗୁଁ ମଧ୍ୟପ୍ରଦେଶରେ ପୁଲିସ ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ନଯିବାକୁ ପରାମର୍ଶ ଦେଇଛି। ଏହାକୁ ନେଇ ଅଖିଳେଶ ଦୁଇ ରାଜ୍ୟର ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଅଖିଳେଶ କହିଛନ୍ତି ଉତ୍ତରପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ଆସିବା ଲାଗି କହୁଥିବାବେଳେ ମଧ୍ୟପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭକୁ ନ ଯିବା ଲାଗି କହୁଛି। ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୁଲିସ ଅଧିକାରୀ ଏଡିସିପି କୁଲଦୀପ ସିଂହ କହିଛନ୍ତି ଯେ ଶ୍ରଦ୍ଧାଳୁମାନେ ମେଳା ନିକଟକୁ ଚାଲିଚାଲି ଯିବା ପରିବର୍ତ୍ତେ ଗାଡିରେ ଯିବାକୁ ଚେଷ୍ଟା କରୁଛନ୍ତି। ଫଳରେ ଟ୍ରାଫିକ ଭିଡ ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories