www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପ୍ରଥମା ପ୍ରତୀକ୍ଷା ପ୍ରଧାନ

ଭବାନିପାଟଣା: ଭବାନିପାଟଣା ସହର ପୁରୁଣାପଡାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭାରତୀୟ ପ୍ରଶାସନିକ ସେବାରେ ୬୭୦ ରାଙ୍କ ରଖି କୃତକାର୍ଯ୍ୟ ହେଇଛନ୍ତି । ପ୍ରଥମା ପ୍ରତୀକ୍ଷା ପ୍ରଧାନ ଯୁକ୍ତ ଦୁଇ ପରେ ସ୍ଥାନୀୟ କୃଷି ମହାବିଦ୍ୟାଳୟରୁ ଭଲ ନମ୍ବର ରଖି ସ୍ନାତକ ପଢ଼ିଥିଲେ। ୟୁପିଏସସି ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବାରେ ପ୍ରଥମ ଥରରେ ସେ ଏହି ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ଶିକ୍ଷକ ଦମ୍ପତ୍ତି ଗୋକୁଳ ନନ୍ଦ ପ୍ରଧାନ ଏବଂ ରଶ୍ମିତା ପ୍ରଧାନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମା ବଡ଼। ପୂର୍ବରୁ କଳାହାଣ୍ଡିର ବହୁ ଯୁବକ ଭାରତୀୟ ପ୍ରଶାସନିକ ସେବ ରେ ସଫଳତାର ସହ କୃତକାର୍ଯ୍ୟ ହେଇ ଆଇଏଏସ, ଆଇପିଏସ ଏବଂ ଆଇଆରଏସ ଅଧିକାରୀ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ କାର୍ଯ୍ୟରତ ଅଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories