www.samajalive.in
Wednesday, December 10, 2025
16.1 C
Bhubaneswar

ଆନ୍ଧ୍ର ପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା ଘଟଣା: ସରିଲା ଟ୍ରାକ ମରାମତି, ଗଡ଼ିଲା ପ୍ରଶାନ୍ତି ଏକ୍ସପ୍ରେସ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ ମରାମତି ଶେଷ ହେବା ପରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇଛି। ଟ୍ରାକ ଠିକ ଅଛି କି ନାହିଁ ଜାଣିବା ପାଇଁ ଅପ ଲାଇନରେ ପ୍ରଥମେ ଟ୍ରାଏଲ ରନ କରାଯାଇଥିଲା। ଏହାପରେ ଏକ୍ସପ୍ରେସ ଟ୍ରେନକୁ ମରାମତି ହୋଇଥିବା ସେହି ଟ୍ରାକରେ ଯିବା ପାଇଁ ଅନୁମତି ଦିଆଯାଇଥିଲା। ଆଜି ଦୁର୍ଘଟଣାଗ୍ରସ୍ତ ଟ୍ରାକ ମରାମତି ହେବା ପରେ ଅପରାହ୍ଣ ୨.୩୬ରେ ପ୍ରଶାନ୍ତି ଏକ୍ସପ୍ରେସ ସେହି ଟ୍ରାକରେ ଯାଇଥିଲା। ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ମରାମତି ହୋଇଥିବା ଟ୍ରାକରେ ଚାଲିଥିବା ନେଇ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାପରେ ଏକ୍ସପ୍ରେସ, ପାସେଞ୍ଜ ଓ ମାଲବାହି ଟ୍ରେନ ସେହି ଟ୍ରାକରେ ଯାଇଥିବା ପ୍ରକାଶ କରାଯାଇଛି।

ସୂଚନା ଯୋଗ୍ୟ ଯେ ଅକ୍ଟୋବର ୨୯ ତାରିଖ(ରବିବାର) ସନ୍ଧ୍ୟା ପ୍ରାୟ ୭ଟାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ। ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ।

- Advertisement -

ଟ୍ରେନ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ କରାଯାଇଥିଲା। ଟ୍ରାକ୍‌ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଇଥିବାବେଳେ ଟ୍ରାକ୍‌ ମରାମତି ସହ ବଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍‌ ମରାମତି କାମ ଶେଷ ହୋଇଥିଲା। ଟ୍ରାକ୍‌ ମରାମତି ହେବାପରେ ଟ୍ରାଏଲ୍‌ କରାଯାଇଥିଲା ଏବଂ ଏହାପରେ ପ୍ରଶାନ୍ତି ଏକ୍ସପ୍ରେସ ଯିବାକୁ ଅନୁମତି ଦିଆଯାଇଥିଲା। ଏହି ଟ୍ରାକ ମରାମତି କାର୍ଯ୍ୟରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

ଅପରପକ୍ଷରେ ଦୁର୍ଘଟଣା ସ୍ଥଳରୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ଆଲମଣ୍ଡା ଷ୍ଟେସନକୁ ନିଆଯାଇଥିବାବେଳେ ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ୍‌ କଣ୍ଟକପାଲିକୁ ଫେରାଇ ନିଆଯାଇଛି। ବାକି କୋଚ୍‌ ଗୁଡ଼ିକ ଟ୍ରାକ୍‌ ପାର୍ଶ୍ୱରେ ପଡ଼ି ରହିଥିବା ସୂଚନା ମିଳିଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories