www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେପି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ, ସ୍ମାର୍ଟ ପ୍ରକଳ୍ପର କଲେ ଉଦ୍‍ଘାଟନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆରଏସ୍‍ଏସ୍‍ ପରେ ଏବେ ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଯୋଗଦେଇ ହରଚନ୍ଦନପୁର ଏବଂ ନୟାଗାଓଁଠାରେ ସ୍ମାର୍ଟ ଗ୍ରାମ ଯୋଜନାରେ କେତେକ ପ୍ରକଳ୍ପର ଉଦ୍‍ଘାଟନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ କାର୍ଯ୍ୟକାଳ ସମୟରେ ଗୁରୁଗ୍ରାମ ଏବଂ ହରଚନ୍ଦପୁରକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଥିବା ସମୟରେ ପ୍ରଣବ ସ୍ମାର୍ଟ ଗ୍ରାମ ଯୋଜନାର ପରିକଳ୍ପନା କରିଥିଲେ। ସେ ଗୁରୁଗ୍ରାମର ସୋହନା ବ୍ଲକ୍‍ର ଏକ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହାପରେ ୨୦୧୭ ଜୁନ୍‍ ୨ରେ ପ୍ରଣବ ଏହି ଗ୍ରାମ ଗସ୍ତ କରିଥିଲେ। ସେହି ଗ୍ରାମର ଉନ୍ନୟନ ଯୋଜନା ଏବଂ ବିକାଶ କାର୍ଯ୍ୟର ସ୍ଥିତି ବିଷୟରେ ପ୍ରଣବ ଖବର ରଖୁଥିଲେ। ଏବେ ଏହି ଗ୍ରାମରେ ଅନେକ ସୁବିଧା ଉପଲବ୍ଧ ରହିଛି। ତେଣୁ ଏହ ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ପ୍ରୟାସ କରାଯାଉଛି। ଏହାଦ୍ୱାରା ଗ୍ରାମ ସୌଚାଳୟରେ ୱାଇଫାଇରୁ ଆରମ୍ଭ କରି ଡିଜିଟାଲ ସ୍କ୍ରିନ୍‍ ପର୍ଯ୍ୟନ୍ତ ସୁବିଧା ମିଳିବ।
ପ୍ରକାଶଯୋଗ୍ୟ ଯେ ପ୍ରଣବ ଚଳିତ ବର୍ଷ ଦ୍ୱିତୀୟ ଥର ବିଜେପି ଏବଂ ତାର ସଂଗଠନ ସହ ଜଡ଼ିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଚଳିତ ବର୍ଷ ଜୁନ୍‍ରେ ପ୍ରଣବ ମୁଖାର୍ଜୀ ନାଗପୁରଠାରେ ଆରଏସ୍‍ଏସ୍‍ ମୁଖ୍ୟକାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆରଏସ୍‍ଏସ୍‍ କାର୍ଯ୍ୟକ୍ରମରେ ପ୍ରଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଦେଶ, ଦେଶଭକ୍ତି ଏବଂ ଜାତୀୟତା ଉପରେ ନିଜର ବିଚାର ରଖିଥିଲେ। ଆରଏସ୍‍ଏସ୍‍ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦାନକୁ ନେଇ ସେତେବେଳେ ବହୁ ବିବାଦ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories