www.samajalive.in
Monday, December 8, 2025
13.1 C
Bhubaneswar

ରାଜନୀତି ଦିଗହରା ହୋଇ ପଡିଛି – ଜାଭେଡକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ବିରୋଧୀ ଦଳ ସାଂସଦମାନେ ସଂସଦର ବର୍ଷାକାଳୀନ ଅଧିବେଶନକୁ ବର୍ଜନ କରିଥିବାରୁ ସେମାନଙ୍କର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀଦଳ ଗୁଡ଼ିକର ରାଜନୀତି ଦିଗହରା ହୋଇ ପଡିଛି ଓ ରାଜ୍ୟସଭାରେ ସେମାନଙ୍କର ଆଚରଣ ସମସ୍ତଙ୍କୁ ବିସ୍ମିତ କରିଛି। ଜାଭେଡକର କହିଛନ୍ତି ବିରୋଧୀ ଦଳ ସଦସ୍ୟମାନଙ୍କର ସଭାକକ୍ଷରେ ବସିବା, ବିତର୍କ କରିବା ଓ ମତାମତ ଦେବାର ଅଧିକାର ରହିଛି। କିନ୍ତୁ ସେମାନେ ତାହା ନକରି ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ। ସେ କହିଛନ୍ତି ସେମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଗଲେ, ବିକ୍ଷୋଭ ପ୍ରଦର୍ଶନ କଲେ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍‍ କଲେ।

କୃଷିକ୍ଷେତ୍ର ବିଲ୍‍ଗୁଡ଼ିକ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥ ପାଇଁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଲୋପ ହେବ ନାହିଁ ଓ କୃଷିଜାତ ପଦାର୍ଥ ବିକ୍ରୟ କମିଟି ଗୁଡ଼ିକ ପୂର୍ବଭଳି ସେମାନଙ୍କର କାର୍ଯ୍ୟ କରିବେ। ଶ୍ରମ ଆଇନ୍‍ ବିଲ୍‍ ଉପରେ ଆଲୋଚନା ସମୟରେ ବିରୋଧୀଦଳ ସଦସ୍ୟମାନେ ସଭାକାର୍ଯ୍ୟରେ ଅଂଶଗ୍ରହଣ କରିନଥିବାରୁ ଜାଭେଡକର ସେମାନଙ୍କର ସମାଲୋଚନା କରିଛନ୍ତି। ଏହି ବିଲ୍‍ ଗତକାଲି ପାସ୍‍ ହୋଇଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories