www.samajalive.in
Monday, December 8, 2025
14.1 C
Bhubaneswar

‘ସାହୋ’ର ମୁକ୍ତିଲାଭ ପରେ ବିବାହ କରିବେ ପ୍ରଭାସ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବଇ : ଖୁବ୍‍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ସୂଚନା ମିଳିଛି। ଏକ ୱେବ୍‍ସାଇଟ୍‍ର ରିପୋର୍ଟ ଅନୁସାରେ, ‘ସାହୋ’ର ମୁକ୍ତିଲାଭ ପରେ ପ୍ରଭାସ ଆମେରିକାର ଜଣେ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିପାରନ୍ତି। ମାତ୍ର ଏପର୍ଯ୍ୟନ୍ତ ପ୍ରଭାସଙ୍କ ପକ୍ଷରୁ ଏନେଇ କୌଣସି ବୟାନ ମିଳିନାହିଁ। ପୂର୍ବରୁ ବିଭିନ୍ନ ସାକ୍ଷାତକାର ସମୟରେ ଯେତେବେଳେ ପ୍ରଭାସଙ୍କୁ ବିବାହ ବିଷୟରେ କୌଣସି ପ୍ରଶ୍ନ କରାଯାଇଛି, ସେ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ବିଷୟ। ତେଣୁ ଏହାକୁ ନେଇ ସେ କାହାକୁ କିଛି କହିବାକୁ ଚାହାନ୍ତି ନାହିଁ।

ତେବେ ପୂର୍ବରୁ ମଧ୍ୟ ପ୍ରଭାସଙ୍କ ବିବାହକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା। ଅଭିନେତା ଚିରଞ୍ଜୀବୀଙ୍କ ଭାଣିଜୀ ନିହାରିକାଙ୍କ ସହ ପ୍ରଭାସଙ୍କ ବିବାହ ଖବର ଗତ ବର୍ଷ ଶୁଣିବାକୁ ମିଳିଥିଲା। ମାତ୍ର ଏହି ଖବର ପ୍ରଚାର ହେବା ପରେ ନିହାରିକା ଏହାକୁ କେବଳ ଏକ ଗୁଜବ କହି ଖଣ୍ଡନ କରିଥିଲେ। ଏହାସହିତ ପ୍ରଭାସଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇସାରିଛି। ‘ବାହୁବଳୀ-୨’ର ସଫଳତା ପରେ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳିିଥିଲା। ଏପରିକି ଦୁହିଁଙ୍କ ନିର୍ବନ୍ଧ ହୋଇଯାଇଥିବା ସୂଚନା ମିଳିଥିଲା। ମାତ୍ର ଦୁଇ କଳାକାର ଏସବୁ ଖବରକୁ ଖଣ୍ଡନ କରି ଦୁହେଁ କେବଳ ଭଲ ବନ୍ଧୁ ବୋଲି କହିଥିଲେ। ଏପରି ମଧ୍ୟ ଶୁଣିବାକୁ ମିଳିଥିôଲା ଯେ, ‘ବାହୁବଳୀ’ ସମୟରେ ପ୍ରଭାସଙ୍କୁ ବିବାହ ପାଇଁ ପ୍ରାୟ ୬ ହଜାର ପ୍ରସ୍ତାବ ମିଳିଥିଲା।

- Advertisement -

ଉଲ୍ଲେଖଯୋଗ୍ୟ, ‘ସାହୋ’ ଅଗଷ୍ଟ ୩୦ ତାରିଖରେ ମୁକ୍ତିଲାଭ କରିବ। ଏଥିରେ ଶ୍ରଦ୍ଧା କପୁର ତାଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories