www.samajalive.in
Thursday, December 11, 2025
14.1 C
Bhubaneswar

ଆଳୁ ମକା ଫ୍ରାଙ୍କି

ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
କଟା କଞ୍ଚାଲଙ୍କା – ୨ ଚାମଚ
ସିମଲା ଲଙ୍କା – ୧ଟି
ମଇଦା – ୧କପ
ତେଲ – ଆବଶ୍ୟକ ପରିମାଣରେ
ବଟର – ଅଳ୍ପ
ଟମାଟୋ ସସ – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ସିଝା ମକା – ଅଳ୍ପ
ଅଦା ରସୁଣ ବଟା – ଅଳ୍ପ
ଫ୍ରାଙ୍କି ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଚିଜ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଇଦାରେ ଅଳ୍ପ ଲୁଣ , ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟା ଉପରେ ସାମାନ୍ୟ ତେଲ ଲଗାଇ ଏହାକୁ ଘୋଡ଼ାଇ ୩୦ ମିନିଟ ରଖିଦିଅନ୍ତୁ। ଏବେ ଏହି ଚକଟାରୁ ରୁଟି ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ଗରମ ହେବା ପରେ ବେଲି ଥିବା ରୁଟିକୁ ଅଳ୍ପ ସେକି ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ସିମଲା ଲଙ୍କା, ଅଦା ରସୁଣ ବଟା, କଞ୍ଚା ଲଙ୍କା, ଲୁଣକୁ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ସସ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଅଳ୍ପ ଲୁଣ, ଆମଚୁର ଗୁଣ୍ଡ , ସିଝା ଆଳୁ, ସିଝା ମକା ପକାଇ ପୁଣି କଷନ୍ତୁ। କଷିବା ପରେ ପ୍ରସ୍ତୁତ ହୋଇଥିବା ରୁଟି ଉପରେ ଏହି ମିଶ୍ରଣ ପକାଇ ବଟର ଲଗାଇ ୨ ମିନିଟ ତାୱାରେ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଫ୍ରାଙ୍କି ମସଲା, କଟା ଧନିଆ ପତ୍ର, ଚିଜ ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ମକା ଫ୍ରାଙ୍କି ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories