ରୋଷେଇ ସମୟରେ ବୋମା ଭଳି ଫୁଟିଲା ଆଳୁ: ଭିଡିଓ ଦେଖି ସମସ୍ତେ କହିଲେ, ‘ପାକିସ୍ତାନରୁ ଆସିଛି’

ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସାମାଜିକ ଗଣାମାଧ୍ୟମରେ ପୋଷ୍ଟ କରିବା ଟ୍ରେଣ୍ଡ୍ ପାଲଟିଛି । ଏବେ ଏମିତି ଏକ ରୋଷେଇ ଭିଡିଓ ସାମାଜିକ ଗଣମାଧ୍ୟମରେ ନଜର ଆସୁଛି ଯାହାକୁ ଦେଖି ସମସ୍ତେ ହସି ହସି ଗଡୁଛନ୍ତି ।

 

View this post on Instagram

 

A post shared by Babli Dubey (@_its_babali_here_)

ସାମାଜିକ ଗଣମାଧ୍ୟମ କ୍ଷେତ୍ର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର ହୋଇଛି ଯେଉଁଥିରେ ଜଣେ ମହିଳା ରୋଷେଇ କରୁଥିବା ନଜର ଆସୁଛନ୍ତି । ଏଥିରେ ଏକ ପ୍ରକାର ଆଳୁରେ ପ୍ରସ୍ତୁତ କୌଣସି ଆଇଟମ୍ ତିଆରି ଚାଲିଛି । କିନ୍ତୁ ଥାଳି ଏବଂ କଡେଇରୁ ଆଳୁଗୁଡିକ ବୋମା ଫୁଟିଲା ଭଳି ଫୁଟୁଛନ୍ତି । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭିଡିଓଟି ଲଗାତର ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । କିଏ କହୁଛନ୍ତି ଏ ଆଳୁ ପାକିସ୍ତାନରୁ ଆସିଛି, ତ ଆଉ କିଏ କହୁଛନ୍ତି କି ବିବାହ ପରେ ଶାଶୂଘରେ ପ୍ରଥମ ଥର ରୋଷେଇ କଲେ ଏମିତି ହୁଏ । ତେବେ ଭିଡିଓକୁ ସମସ୍ତେ ପସନ୍ଦ କରିବା ସହ ସେୟାର କରିବାରେ ଲାଗିଛନ୍ତି ।

Comments are closed.