www.samajalive.in
Monday, December 8, 2025
27.1 C
Bhubaneswar

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ୩ ବର୍ଷ ହେଲା ଖଟିଆରେ ରୂପାବତୀ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବୁଡ଼ୁରିକିଆ ପଞ୍ଚାୟତର ମାଦିନାଟ ପସାରି ସାହିର ରୂପାବତୀ ମଲିକ(୪୫) ଖଟରେ ପଡ଼ିରହି କଷ୍ଟ ପାଉଛନ୍ତି। ଚିକିତ୍ସା ପାଇଁ ଏହି ପରିବାରକୁ ଅର୍ଥ ସାଜିଛି ବାଧକ। ପ୍ରତିମାସରେ ଋତୁଶ୍ରାବ ଓ ଧାତୁକ୍ଷୟ ଯୋଗୁଁ ଦିନକୁ ଦିନ ତାଙ୍କର ଦେହ ସୁଖି ସୁଖି ଯାଉଛି ବୋଲି ପରିବାର ପ୍ରକାଶ କରିଛନ୍ତି। ସ୍ୱାମୀ ସହ ତିନିଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ଦିନମଜୁରିଆ ଭାବେ ଯାହା ରୋଜଗାର କରିଥାନ୍ତି ସେଥିରେ ଚଳେ ପରିବାର। ପିଲାମାନଙ୍କର ପାଢପଢାରେ ଏବଂ ଘର ଖର୍ଚ୍ଚ କରି ବଳକା ହେଲେ କିଛି ଔଷଧ କିଣି ଦେଇଥାନ୍ତି ରୂପାବତୀଙ୍କୁ। ତେବେ ସଦରମହକୁମା ଠାରୁ ଉକ୍ତ ଗ୍ରାମ ଦୂରତା ଯୋଗୁଁ ସବୁବେଳେ ସହରକୁ ଆସି ଦିନ ମଜୁରିଆ ଭାବେ କାମ କରିବା ମଧ୍ୟ ସ୍ୱାମୀଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। ଫଳରେ ଗାଁର ଆଖ ପାଖରେ ଯେଉଁ କାମ ମିଳିଥାଏ ସେହି କାମ କରି ପିରବାର ଚଳାଇଥାନ୍ତି ବୋଲି କହିଛନ୍ତି ସ୍ୱାମୀ। ରୋଜଗାର ତୁଳନାରେ ଘରେ ମଧ୍ୟ ଅଧିକ ଖର୍ଚ୍ଚ। ତେଣୁ କେଉଁ ମାସରେ ତାଙ୍କୁ ଔଷଧ କିଣିବା ସମ୍ଭବ ହୋଇଥାଏ ତ ପୁଣି କେଉଁ ମାସରେ ଔଷଧ କିଣିବା ସ୍ୱପ୍ନ ପାଲଟିଥାଏ।

ରୂପାବତୀଙ୍କ ସ୍ୱାମୀ ନଜିରା ମଲିକଙ୍କ କହିବା ପ୍ରକାରେ, ସେ ପ୍ରଥମେ ତାଙ୍କ ସ୍ତ୍ରୀକୁ ବାଲିଗୁଡ଼ା ନେଇଥିଲେ। କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। ପରାମର୍ଶ ପ୍ରକାରେ, ସେ ଫୁଲବାଣୀ ଆଣିଥିଲେ ମଧ୍ୟ ଏଠାରେ ଏହି ଚିକିତ୍ସା ସମ୍ଭବ ନୁହେଁ କହି ତାଙ୍କୁ ବ୍ରହ୍ମପୁର ଯିବାକୁ କହିଥିଲେ। ତେବେ ଅର୍ଥ ଅଭାବରୁ ଆଜିକୁ ତିନିବର୍ଷ ବିତିଗଲାଣି ସ୍ୱାମୀ ନିଜ ସ୍ତ୍ରୀ ରୂପାବତୀଙ୍କୁ ବ୍ରହ୍ମପୁର ଚିକିତ୍ସା ପାଇଁ ନେଇ ପାରୁନାହାନ୍ତି ବୋଲି ସେ ପ୍ରକାଶ କରିଥିବା ବେଳେ ଦିନକୁ ଦିନ ରୂପାବତୀଙ୍କ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଏଥିରେ ସ୍ୱାମୀ ସମେତ ପରିବାର ସଂପୂର୍ଣ୍ଣଭାବେ ଭାଙ୍ଗି ପଡ଼ିଛନ୍ତି। ଏଭଳି ସ୍ଥଳେ ସରକାରୀ ଯୋଜନା ସଂପର୍କରେ ସଂପୂର୍ଣ୍ଣଭାବେ ଅବଗତ ନ ଥିବା ଏହି ପରିବାର ପ୍ରତି ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେଇ ପଦକ୍ଷେପ ନେବା ସହିତ ରୂପାବତୀଙ୍କ ଚିକିତ୍ସାରେ ସହଯୋଗ କରିବା ପାଇଁ ସ୍ୱାମୀ ସମେତ ଗ୍ରାମର ଅନ୍ୟମାନେ ମଧ୍ୟ ଅନୁରୋଧ କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories