www.samajalive.in
Monday, December 8, 2025
24.1 C
Bhubaneswar

ପ୍ରତି ୧୬ ସେକେଣ୍ଡରେ ଜନ୍ମ ହେଉଛନ୍ତି ଗୋଟିଏ ମୃତ ଶିଶୁ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: ବିଶ୍ଵରେ ପ୍ରତିବର୍ଷ ୨ ନିୟୁତ ମୃତ ଶିଶୁ ଜନ୍ମ ପୂର୍ବରୁ ଆଖି ବୁଜି ଦେଉଛନ୍ତି । ଅର୍ଥାତ୍ ପ୍ରତି ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେଉଛନ୍ତି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏହି ସୂଚନା । କେବଳ ସେତିକି ନୁହେଁ, କୋଭିଡ଼ ୧୯ ଯୋଗୁଁ ଗର୍ଭବତୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବ ହେଉ ନ ଥିବାରୁ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ।

ପ୍ରଥମ ଥର ପାଇଁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ( WHO), ୟୁନିସେଫ୍, ବିଶ୍ୱ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗର ମିଳିତ ଭାବରେ ମୃତ ଶିଶୁ (ଷ୍ଟିଲବର୍ଥ)ର ଆନୁମାନିକ ଆକଳନ ଗୁରୁବାର ପ୍ରକାଶ କରିଛି । ଗର୍ଭଧାରଣର ୨୮ତମ ସପ୍ତାହ ଅର୍ଥାତ ୭ ମାସ ପରେ ଓ ପ୍ରସବ ପୂର୍ବରୁ ଗର୍ଭରେ ମୃତ୍ୟୁ ବରଣ କରୁଥିବା ଶିଶୁଙ୍କୁ ଏହି ଆକଳନ ପରିସରଭୁକ୍ତ କରାଯାଇଛି ।

- Advertisement -

ଏହି ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୨ ନିୟୁତ ଶିଶୁ ମୃତ୍ୟୁବରଣ କରନ୍ତି | ଏଥିମଧ୍ୟରୁ ୮୪ ପ୍ରତିଶତ ହେଉଛି ପଛୁଆ ଦେଶଗୁଡ଼ିକ  । ୨୦୧୯ରେ ମୃତ ଶିଶୁ ଜନ୍ମ ଘଟଣାରେ ୪ଟି ମାମଲା ୩ଟି ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକା ମହାଦେଶରୁ ଆସିଥିଲା । ଗର୍ଭଧାରଣ ସମୟରେ ଗର୍ଭବତୀ ମହିଳାଙ୍କ ଯତ୍ନର ଅଭାବ କିମ୍ବା ପ୍ରସବ ସମୟରେ ସମସ୍ୟା ହେତୁ ମୃତ ଶିଶୁ ଜନ୍ମ ହୋଇଥାଆନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories