www.samajalive.in
Monday, December 8, 2025
14.1 C
Bhubaneswar

ଆଜି ମିଜୋରାମ ଓ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ଓ ଛତିଶଗଡର ୨୦ଟି ବିଧାନସଭା ଆସନ ନିମନ୍ତେ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ମିଜୋରାମର ୮,୫୧,୮୯୫ଜଣ ଭୋଟରଙ୍କ ମତଦାନ ନିମନ୍ତେ ୧୨୭୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ବିଧାନସଭା ନିର୍ବାଚନ ନିମନ୍ତେ ୧୭୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ୨୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଛତିଶଗଡର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ନକ୍ସଲଙ୍କ ଆକ୍ରମଣରେ ଜଣେ ବିଏସଏଫ୍
ଯବାନ ଓ ଦୁଇଜଣ ନିର୍ବାଚନ କର୍ମଚାରୀ ଆହତ​‌ ହୋଇଛନ୍ତି। ନକ୍ସଲମାନେ ଆଇଇଡି ମାଧ୍ୟମରେ ବିସ୍ଫୋରଣ ଘଟାଇଛନ୍ତି। ଆହତ ବିଏସ୍‌ଏଫ୍ ଯବାନ ହେଉଛନ୍ତି ପ୍ରକାଶ ଚନ୍ଦ୍ର। ତାଙ୍କ ଗୋଡରେ ଆଘାତ ଲାଗି ଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅନ୍ୟ ଦୁଇଜଣ ନିର୍ବାଚନ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିଏସଏଫ୍ ଓ ପୁଲିସ କର୍ମଚାରୀଙ୍କ ସହିତ ନିର୍ବାଚନ ପରିଚାଳନା କର୍ମଚାରୀମାନେ ମାରବେଡାରୁ ରେଙ୍ଗାହାଟିର ଏକ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଛତିଶଗଡର ଅବଶିଷ୍ଟ ୭୦ଟି ଆସନ ପାଇଁ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ଏହି ଦୁଇ ରାଜ୍ୟ ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗ୍ରହଣ ପରେ ଡିସେମ୍ବର ୩ରେ ଭୋଟ ଗଣତି ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories