www.samajalive.in
Sunday, December 7, 2025
26.1 C
Bhubaneswar

ସେମିରେ ପ୍ରବେଶ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ୱାଙ୍ଖଡେ : କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ମଙ୍ଗଳବାର ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍‌‌କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌‌ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୭ଟି ମ୍ୟାଚ୍‌‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି। ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ଦଳ ୱାଙ୍ଖଡେରେ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ଆଶା ରଖିଛି। ୱାଙ୍ଖଡେ ପିଚ୍‌ ବ୍ୟାଟସମ୍ୟାନଙ୍କୁ ସହାୟତା ଯୋଗାଇଥାଏ। ତେବେ ଯେଉଁ ବୋଲର ଏହି ପିଚ୍‌ରେ ବୋଲିଂ କରିବା କଳା ଜାଣିଛନ୍ତି ତାଙ୍କୁ ମଧ୍ୟ ଏହି ପିଚ୍‌ରୁ ଫାଇଦା ମିଳିଥାଏ। ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ଓ ବୋଲିଂ ବେଶ୍‌ ମଜଭୁତ ରହିଥିବାରୁ ଏହି ଦଳ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ଆଶା ରଖିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳରେ ଭଲ ବ୍ୟାଟସମ୍ୟାନ୍‌ଙ୍କ ସହ ସ୍ପିନର ରହିଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆର ଲେଗ୍‌ସ୍ପିନର ଆଦାମ ଜାମ୍ପା ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍‌ରୁ ୧୯ଟି ୱିକେଟ୍‌ ହାସଲ କରିଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ତାରକା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ଓ ଲାବୁସାନ ବର୍ତ୍ତମାନ ସୁଦ୍ଧା ନିଜ ପ୍ରତିଭା ଅନୁଯାୟୀ ପ୍ରଦର୍ଶନ କରିନଥିବାରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେମାନଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରଖିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ୍‌ ୱାର୍ଣ୍ଣର ଭଲ ପ୍ରଦର୍ଶନ କରି ବର୍ତ୍ତମାନ ସୁଦ୍ଧା ୪୨୮ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି। ସେହିପରି ଅନ୍ୟତମ ଓପନର୍ ଟ୍ରାଭିଡ୍‌ ହେଡ୍‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଦ୍ରୁତ ବୋଲିଂରେ ପ୍ୟାଟ୍‌ କମିନ୍‌ସ, ହାଜେଲଉଡ୍‌ ଓ ମିଚେଲ୍‌ ଷ୍ଟାର୍କ ଅଷ୍ଟ୍ରେଲିଆର ମଙ୍ଗ ଧରିବେ।
ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳର ବ୍ୟାଟସମ୍ୟାନ୍‌ ହସମତୁଲ୍ଲା ସାହିଦି, ରେହମତ ଶାହା, ଅଜମତୁଲ୍ଲା ଓମାରଜାଇ, ଗୁରବାଜ ଓ ଇବ୍ରାହିମ୍‌ ଜର୍ଦାନ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଅଷ୍ଟ୍ରେଲିଆର ବୋଲିଂକୁ ଏମାନେ କିପରି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଏହି ଦଳରେ ରସିଦ ଖାନ୍‌ଙ୍କ ପରି ତାରକା ସ୍ପିନର ରହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories