www.samajalive.in
Wednesday, December 10, 2025
18.1 C
Bhubaneswar

ଛତିଶଗଡ଼ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ୭୦%

ପାଟ୍ରୋଲିଂ ଓ ବୁଥ୍‌ ଫେରନ୍ତା ପୁଲିଂ ପାର୍ଟି ଉପରେ ମାଓ ଆକ୍ରମଣ

ରାୟପୁର : ମାଓବାଦୀଙ୍କ ହିଂସାକାଣ୍ଡ ମଧ୍ୟରେ ସୋମବାର ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦% ମତଦାନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ମାଓ ଅଧ୍ୟୁଷିତ ଜିଲାର ୧୮ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁଇଜି ନିର୍ବାଚନମଣ୍ଡଳୀରେ ସର୍ବାଧିକ ୭୨% ମତଦାନ ହୋଇଥିବାବେଳେ ଦାନ୍ତେୱାଡାରେ ସର୍ବନିମ୍ନ ୪୯% ମତଦାନ ହୋଇଛି। ମାଓବାଦୀ ଅଧ୍ୟୁଷିତ ୧୦ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା ବେଳେ ଅନ୍ୟ ୮ଟି କେନ୍ଦ୍ରରେ ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ନିର୍ବାଚନ ସମୟରେ ମାତ୍ର ୧% ଇଭିଏମ୍‍ ଓ ୧.୯% ଭିଭିପାଟ୍‍କୁ ଯାନ୍ତ୍ରିକ ତ୍ରୁଟି ପାଇଁ ପରିବର୍ତ୍ତନ କରାଯାଇଥିଲା। ମାଓବାଦୀଙ୍କ ଭୋଟ ବର୍ଜନ ଧମକ ସତ୍ୱେ ବହୁ ପରିମାଣର ମତଦାନ ହୋଇଥିବା ଜଣାଯାଇଛି। ଏପରିକି ୨୦୧୪ ଡିସେମ୍ବରରେ ଆତ୍ମସମର୍ପଣ କରିଥିବା ଏକ ମାଓ ଦମ୍ପତି ମୈନୁରାମ ଓ ରଜବତୀ ଆଜି ମତଦାନ କରିଥିଲେ।
ସୋମବାର ମତଦାନ ସମୟରେ ବିଜାପୁର ଓ ସୁକମା ଜିଲାରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ୬ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ବିଜାପୁର ଜିଲାରେ ହୋଇଥିବା ଗୁଳିବିନିମୟରେ ୪ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ଦୁଇଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ବିଜାପୁର ଜିଲାର ମାଝିଗୁଡା ଗ୍ରାମରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରୁଥିବାବେଳେ ଏହି ଗୁଳିବିନିମୟ ହୋଇଥିଲା। ସ୍ୱତନ୍ତ୍ର ଡିଜିପି ଡିଏମ୍‍ ଆୱାସ୍ଥିଙ୍କ କହିବା ଅନୁଯାୟୀ, ଗୁଳିବିନିମୟ ସ୍ଥଳରେ ୪ରୁ ୫ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି; ମୃତଦେହ ସଂଗ୍ରହ କରାଯାଇପାରି ନାହିଁ। ଏହା ପୂର୍ବରୁ ନାୟାନାର ଗ୍ରାମରେ ସିଆରପିଏଫ୍‍ ଯବାନଙ୍କୁ ନିଶାଣ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ; ମାତ୍ର ଏହି ବିସ୍ଫୋରଣରେ କୌଣସି ଯବାନ ମୃତ କିମ୍ବା ଆହତ ହୋଇ ନଥିଲେ। ସୁରକ୍ଷାକର୍ମୀମାନେ ଏକ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ସେହିପରି ମତଦାନ ଶେଷ ପରେ ସନ୍ଧ୍ୟା ୫ଟା ୩୦ରେ ଫେରୁଥିବା ପୁଲିଂ ପାର୍ଟି ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ପୁଲିଂ ପାର୍ଟି ସହିତ ଥିବା ସୁରକ୍ଷାକର୍ମୀଙ୍କ ସହିତ ମାଓବାଦୀଙ୍କର ଗୁଳିବିନିମୟ ହୋଇଥିଲା। ସୁକମା ଜିଲାର ବସ୍ତର ଅଞ୍ଚଳରେ ହୋଇଥିବା ଏହି ଗୁଳିବିନିମୟରେ ୨ଜଣ ମାଓବାଦୀ ପ୍ରାଣ ହରାଇଥିବା ସ୍ୱତନ୍ତ୍ର ଡିଜିପି ଆୱାସ୍ଥି କହିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ୧ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ଏଥିରୁ ୬୫୦୦୦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ ୨୦୦ ରାଜ୍ୟ ପୁଲିସ କର୍ମଚାରୀ ଥିଲେ। ନଭେମ୍ବର ୨୦ରେ ରାଜ୍ୟର ଅନ୍ୟ ୭୨ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଡିସେମ୍ବର ୧୧ରେ ଭୋଟ ଗଣତି ହେବ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories