www.samajalive.in
Tuesday, December 9, 2025
15.1 C
Bhubaneswar

ଗଙ୍ଗାରେ ପ୍ରଥମ ବହୁମୁଖୀ ଟର୍ମିନାଲ ଲୋକାର୍ପିତ

ବାରାଣସୀ : ସ୍ଥାନୀୟ ଗଙ୍ଗା ନଦୀରେ ଦେଶର ପ୍ରଥମ ମଲ୍ଟି-ମୋଡାଲ (ବହୁମୁଖୀ) ଟର୍ମିନାଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କଲକାତାରୁ ଅନ୍ତର୍ଦେଶୀୟ ଜଳପଥରେ ଆସିଥିବା ପ୍ରଥମ ପଣ୍ୟବାହୀ ନୌବହରକୁ ମୋଦୀ ଏଠାରେ ସ୍ୱାଗତ କରିଛନ୍ତି। ଖାଦ୍ୟ ଓ ମୃଦୁ ପାନୀୟ ଭର୍ତ୍ତି ଏହି ନୌବହର ଅକ୍ଟୋବର ଶେଷ ସପ୍ତାହରେ କଲକାତାର ହଳଦିଆରୁ ବାହାରିଥିଲା। ଟର୍ମିନାଲ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ୍‍ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଜଳମାର୍ଗ ବିକାଶ ପ୍ରକଳ୍ପ ଅଧୀନରେ ଗଙ୍ଗାର ଜାତୀୟ ଅନ୍ତର୍ଦେଶୀୟ ଜଳପଥ-୧ରେ ନିର୍ମାଣ ହେବାକୁ ଥିବା ୪ଟି ଟର୍ମିନାଲ ମଧ୍ୟରୁ ଏହା ପ୍ରଥମ। ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରାୟ ୫୩୭୦କୋଟି ଟଙ୍କାରେ ଏହାର ନିର୍ମାଣ କରାଯାଇଛି। ଏହି ଜଳମାର୍ଗରେ ୧୫୦୦ରୁ ୨୦୦୦ଟନ୍‍ ସାମଗ୍ରୀ ପରିବହନ କ୍ଷମତା ଥିବା ବଡ଼ ନୌବହର ଚଳାଚଳ କରିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories