www.samajalive.in
Monday, December 8, 2025
14.1 C
Bhubaneswar

ଫେବୃଆରୀ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ଵର: ରାଜ୍ୟରେ ଥିବା ତିନି ରାଜନୈତିକ ଦଳ ପାଇଁ ଫେବୃଆରୀ ମାସ ବେଶ ଗୁରୁତ୍ୱପୂର୍ଣ୍ଣ। ବିଧାନସଭାରେ ଏକ, ଦୁଇ ଓ ତିନି ନମ୍ୱର ସ୍ଥାନରେ ଥିବା ବିଜେପି, ବିଜେଡି ଏବଂ କଂଗ୍ରେସର ସଭାପତି ମାନଙ୍କ ସମ୍ପର୍କରେ ଏହି ଖବରଟିର ସିଧାସଳଖ ସମ୍ପର୍କ ରହିଛି। ଫେବୃଆରୀ ମାସରେ ଏହି ତିନି ଦଳର ନେତା ମାନେ ନିଜ ନିଜ ଦଳର ନୂଆ କିମ୍ୱା ନିଜ ସଭାପତିଙ୍କୁ ନୂତନ ଭାବରେ ଦେଖିବେ। ବିଜୁ ଜନତା ଦଳର ସାଙ୍ଗଠନିକ ସଜଡା କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ସଭାପତି ନିର୍ବାଚନ ଲାଗି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଦଳ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିଛି। ୧୯୯୭ ମସିହା ଠାରୁ ନବୀନ ପଟ୍ଟନାୟକ ଏହି ଆଞ୍ଚଳିକ ଦଳର ସଭାପତି ଭାବରେ ନିରନ୍ତର ରହି ଆସୁଛନ୍ତି। ଏବେ ସାଙ୍ଗଠନିକ ନିର୍ବାଚନ ହେଲେ ସୁଦ୍ଧା ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି ସମସ୍ତେ କହୁଛନ୍ତି। ଆସନ୍ତା ଫେବୃଆରୀ ମାସରେ ସେ ଦଳୀୟ ଶିରିପା ମୁଣ୍ଡାଇବେ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିଥିବା ଭାରତୀୟ ଜନତା ପାର୍ଟିରେ ମଧ୍ୟ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଜାନୁୟାରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ହେବେ ବୋଲି ପୂର୍ବରୁ କୁହାଯାଇଥିଲା। କିନ୍ତୁ ସେଥିରେ ବିଳମ୍ୱ ଘଟିଛି। ଏବେ ରାଜ୍ୟ ସଭାପତି ଦାୟିତ୍ୱରେ ଥିବା ମନମୋହନ ସାମଲଙ୍କୁ ରିପିଟ୍ କରାଯିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ। କିଛି ଦଳୀୟ ନେତା ତାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ଜଣେ ନୂତନ ରାଜ୍ୟ ସଭାପତି ସପକ୍ଷରେ ମତ ଦେଉଛନ୍ତି। ତେଣୁ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବେ, ସେନେଇ ଅନିଶ୍ଚିତତା ଜାରି ରହିଛି। ସେହିପରି ସଂଖ୍ୟା ଦୃଷ୍ଟିରୁ ରାଜ୍ୟର ତିନି ନମ୍ୱର ଦଳ ହେଉଛି କଂଗ୍ରେସ। ଏଥିରେ କିନ୍ତୁ ରାଜ୍ୟ ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନ ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କ ଇସ୍ତଫାକୁ କଂଗ୍ରେସ ହାଇ କମାଣ୍ଡ ସ୍ୱୀକାର କରିସାରିଛନ୍ତି। ତେଣୁ ତାଙ୍କୁ ତାଙ୍କୁ ରିପିଟ୍ କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ସେନେଇ ମଧ୍ୟ କୌଣସି ସ୍ପଷ୍ଟତା ଆସୁନାହିଁ। ଏନେଇ କିନ୍ତୁ ବିଭିନ୍ନ ନେତା ନିଜ ନିଜ ସ୍ତରରେ ଲବି କରୁଛନ୍ତି। ଦିଲ୍ଲୀ ନିର୍ବାଚନ ପରେ କଂଗ୍ରେସ ନେତୃତ୍ୱ ପରବର୍ତ୍ତୀ ପିସିସି ସଭାପତି ବାଛିବେ ବୋଲି କୁହାଯାଇଛି। ତେଣୁ ରାଜ୍ୟର ତିନି ଦଳ ପାଇଁ ଫେବୃଆରୀ ମାସର ବେଶ ଗୁରୁତ୍ୱ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories