ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ
ଡେସ୍କ: ଦିଲ୍ଲୀ ଇନ୍ଦ୍ରଲୋକରେ ହଙ୍ଗାମା ପରେ ରାସ୍ତାରେ ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ଡିସିପି ମନୋଜ ମୀନା କହିଛନ୍ତି ଯେ ଘଟଣାର ଗମ୍ଭୀରତାର ସହ ତଦନ୍ତ କରାଯାଉଛି। ଅଭିଯୁକ୍ତ ପୁଲିସ କର୍ମୀକୁ ନିଲମ୍ବନ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ୀ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟରରେ ଭିଡିଓ ସେୟାର କରି କହିଛନ୍ତି, ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ଶୀଘ୍ର ବରଖାସ୍ତ କରାଯିବ ଆବଶ୍ୟକ।
नमाज़ पढ़ते हुए व्यक्ति को लात मारता हुआ ये @DelhiPolice का जवान शायद इंसानियत के बुनियादी उसूल नहीं समझता, ये कौन सी नफ़रत है जो इस जवान के दिल में भरी है, दिल्ली पुलिस से अनुरोध है कि इस जवान के खिलाफ़ उचित धाराओं में मुक़दमा दर्ज करिये और इसकी सेवा समाप्त करिये। pic.twitter.com/SjFygbQ5Ur
— Imran Pratapgarhi (@ShayarImran) March 8, 2024
Comments are closed.