ନୋଏଡ଼ାରେ ସେକ୍ସ ର୍ୟାକେଟ ଠାବ, ବିଦେଶୀଙ୍କ ସମେତ ୩୫ ଗିରଫ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ନୋଏଡ଼ାରେ ସ୍ପା ନାରେ ଚାଲିଥିବା ସେକ୍ସ ର୍ୟାକେଟର ପର୍ଦ୍ଦାଫାସ ହୋଇଛି। ପୁଲିସ ରବିବାର ରାତିରେ ୧୪ଟି ସ୍ପା ସେଣ୍ଟର ଉପରେ ଚଢଉ କରି ୨୫ ମହିଳାଙ୍କ ସମେତ ୩୫ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ବିଦେଶୀ ବି ଅଛନ୍ତି।
ଏସପି ବୈଭବ କ୍ରିଷ୍ଣାଙ୍କ ନିର୍ଦେଶ ଅନୁସାରେ ସେକ୍ଟର ୧୮ରେ ଥିବା ୧୪ଟି ସ୍ପା ସେଣ୍ଟର ଉପରେ ରବିବାର ରାତିରେ ପୁଲିସ ଚଢଉ କରିଥିଲା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢଉ ଜାରି ରହିଥିଲା। ୧୪ଟି ପୁଲିସ୍ ଦଳ ଏହି ଚଢଉ କରିଥିଲେ। ଏହି ସ୍ପା ସେଣ୍ଟରଗୁଡ଼ିକରୁ ବିଦେଶୀ ନାଗରିକଙ୍କ ସମେତ ୩୫ ଜଣ ଲୋକଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
Comments are closed.