www.samajalive.in
Monday, December 8, 2025
20.1 C
Bhubaneswar

ବିହାର ପରେ ଆସାମରେ ଜାପାନୀ ଏନସେଫାଲାଇଟ୍ସ ଆତଙ୍କ, ୧୧ ମୃତ

ଆସାମ : ବିହାରର ମୁଜାଫରପୁରରେ ଜାପାନୀ ଏନସେଫାଲଇଟ୍ସ ବା ମସ୍ତିଷ୍କ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଏବେ ଏହି ରୋଗ ଆସାମରେ ବ୍ୟାପିବାରେ ଲାଗିଛି। ଆସାମରେ ଏହି ରୋଗରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫ ଜଣ ଚିକିତ୍ସାଧୀନ ଅଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ସଂଜୀବ କୁମାରଙ୍କ ନେତୃତ୍ୱରେ ଏକ ଦଳକୁ ଗୁଆହାଟି ପଠଇଛନ୍ତି। ଏହି ଦଳ ସେଠାକାର ପରିସ୍ଥିତି ଉପରେ ଅନୁଧ୍ୟାନ କରି ନିଜ ରିପୋର୍ଟ ଦେବ। ଆସାମର ଶିବସାଗର, ବାରପେଟା, ନାଗାଓଁ, ସୋନିତପୁର, ଡାରାଙ୍ଗ, ଉଦାଲଗୁରି, ବୋଙ୍ଗାଇଗାଇଁ, ଚଚର, ମୋରିଗାଓଁ ଏବଂ ନାଲବେରୀ ଜିଲାରେ ଜାପାନୀ ଏନସେଫାଲାଇଟ୍ସ ରୋଗ ନେଇ ଲୋକଙ୍କୁ ସଚେତନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆସାମ ଉପରେ ଦୃଷ୍ଟି ରଖିଛି ଓ ପରିସ୍ଥିତିର ଟିକନିଖ ଖବର ନିଆଯାଉଛି ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି। ଚିକିତ୍ସା ପାଇଁ ଆସାମକୁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories