www.samajalive.in
Thursday, December 11, 2025
13.1 C
Bhubaneswar

ଦଶହରା ପାଇଁ ପୁଲିସର ପ୍ରସ୍ତୁତି : ଆଜିଠାରୁ କଟକରେ ଜଗିବେ ୬୦ପ୍ଲାଟୁନ୍‍ ଫୋର୍ସ

କଟକ : କଟକରେ ଦଶହରା ପର୍ବ ଓ ଭସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମୁଖ୍ୟତଃ ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହିତ ବିଭିନ୍ନ ସ୍ଥାନରେ କ୍ଲୋଜସର୍କିଟ କ୍ୟାମେରା ଲଗାଯାଇଛି। ପୂଜାରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହିତ ଚାନ୍ଦିମେଢ ମଣ୍ଡପ ନିକଟରେ ପ୍ରବଳ ଭିଡ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଆର୍ମ ପୁଲିସ (ବନ୍ଧୁକ ଧାରୀ)ଙ୍କୁ ନିୟୋଜିତ କରାଯିବ। ଏହାଛଡା ସେହିସବୁ ମଣ୍ଡପରେ ଅନ୍ୟ ପୂଜା ମଣ୍ଡପ ଅପେକ୍ଷା ଅଧିକ ପୁଲିସ କର୍ମଚାରୀ ନିୟୋଜିତ କରାଯିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଭସାଣ ଉତ୍ସବକୁ ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫୋର୍ସ ସହିତ ପ୍ରତିମା ନିକଟରେ ତାଲିମପ୍ରାପ୍ତ କମାଣ୍ଡୋ ଏବଂ ବହୁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଭସାଣ ଦିନ ବକ୍ସିବଜାର ଛକକୁ ପୂର୍ବାଞ୍ଚଳରୁ ଆସୁଥିବା ତିନିଟି ଓ ଅନ୍ୟ ସ୍ଥାନରୁ ଆସୁଥିବା ଗୋଟିଏ ପ୍ରତିମାକୁ ଯିବା ପାଇଁ ଅନୁମତି ଦିଆଯିବ। ଏହି କଟକଣା ସକାଳଠାରୁ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ରୋକିବା ପାଇଁ ୨ପ୍ଲାଟୁନ୍‍ ରାପିଡ଼୍‍ ଆକ୍ସନ ଫୋର୍ସ ସହିତ ଅତିରିକ୍ତ ଡ଼େପୁଟୀ କମିସନର ଏସିପି, ଡିଏସ୍‍ପି, ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଓ ୪୦୦ରୁ ଊର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା ପୁଲିସ ଅପିସରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯିବ। ବିଶେଷକରି କଲେଜ ଛକ, ବକ୍ସିବଜାର, ଚାନ୍ଦିନୀଚୌକ, ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ ଓ ଦେବୀଗଡ଼ାଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହାଛଡା ଭସାଣ ସମୟରେ ସମସ୍ତ ପ୍ରକାର ଅପରାଧ କାର୍ଯ୍ୟକଳାପକୁ ରୋକିବା ପାଇଁ ମଧ୍ୟ ବିଶେଷ ପଦକ୍ଷେପମାନ ନିଆଯାଇଛି। ଏଥିମଧ୍ୟରୁ ଅନ୍ତର୍ଘାତୀ ଦଳ, ନିଶାସେବନ ଓ ଅନ୍ୟାନ୍ୟ ଅପରାଧକୁ ରୋକିବା ପାଇଁ ଆଣ୍ଟି ସାବଟାଜ ଟିମ୍‍, ଆଣ୍ଟି ଲିକର ଟିମ୍‍ ଓ କୁଇକ୍‍ ଆକ୍ସନ ଟିମ୍‍କୁ ସଜାଗ ରଖାଯାଇଛି। ଅନ୍ତର୍ଘାତୀ ଦଳକୁ ଠାବ କରିବା ପାଇଁ ଆଣ୍ଟି ସାବଟାଜ୍‍ ଟିମ୍‍ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜିଂ ଉପରେ ଚଢ଼ଉ କରାଯିବ। ଏହାବ୍ୟତୀତ ପ୍ରତିମା ଆଗପଛକୁ ନେଇ ସୃଷ୍ଟି ହେଉଥିବା ଗଣ୍ଡଗୋଳକୁ ଦମନ କରିବା ପାଇଁ କୁଇକ୍‍ ଆକ୍ସନ ଟିମ୍‍କୁ ନିୟୋଜିତ କରାଯିବ। ବାଣ ଓ ଡିଜେ ସାଉଣ୍ଡ ଉପରେ କଟକଣା ବଳବତ୍ତର ରହିବ। ବିଶେଷକରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ଯୋଗୁଁ ପ୍ରତ୍ୟେକ ପୂଜା କମିଟି ଲାଇସେନ୍ସ ପାଇଁ କେବଳ ଥାନାରେ ଆବେଦନ କରି ଅନୁମତି ନେଇପାରିବେ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଏହି ବୈଠକରେ ବହୁ ବରିଷ୍ଠ ପୁଲିସଙ୍କ ସମେତ ସବୁ ଥାନାର ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories