ଭୁବନେଶ୍ବର : ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ଅବସରରେ ଆଜି ପୂଜାମଣ୍ଡପରେ ମୃଣ୍ମୟୀ ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ମାଆଙ୍କ ଆବାହନ ପାଇଁ ଚାରିଆଡେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି । ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜଗତଜନନୀ ମାଆ ଦୁର୍ଗାଙ୍କ ଆବାହନ କରାଯାଉଛି। ସୁଉଚ୍ଚ ତୋରଣ ଏବଂ ରଙ୍ଗବେରଙ୍ଗ ଆଲୋକମାଳାରେ ସାରା ସହର ଝଲସି ଉଠିଛି। ପାରମ୍ପରିକ ରୀତିନୀତିରେ ଶୁକ୍ରବାର ଷଷ୍ଠୀରେ ବିଲ୍ବବରଣ କରାଯାଇଥିବା ବେଳେ ଆଜି ଚକ୍ଷୁଦାନ କରାଯାଉଛି। ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟର ଶକ୍ତିପୀଠମାନଙ୍କରେ ଆଜି ମହାଷ୍ଟମୀ ପୂଜା କରାଯାଉଛି। କଟକର କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ବାଙ୍କୀର ମା’ ଚର୍ଚ୍ଚିକା, ବଡ଼ମ୍ବାର ମା’ ଭଟ୍ଟାରିକା, ଝଙ୍କଡର ମା’ ଶାରଳା, କାକଟପୁର ମଙ୍ଗଳା, ବାଣପୁର ଭଗବତୀ, ପୁରୀର ମା’ ବିମଳା ଆଦି ପ୍ରସିଦ୍ଧ ଶକ୍ତିପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି ।



