www.samajalive.in
Monday, December 8, 2025
24.1 C
Bhubaneswar

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଲାଠିଚାର୍ଜ କଲା ପୁଲିସ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ସୋମବାର ସକାଳ ୭ଟାରେ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ଆସୋନସଲରେ ନିର୍ବାଚନୀ ହିଂସା ଦେଖାଦେଇଛି। ଆସୋନସଲ ଲୋକସଭା ଆସନ ଅନ୍ତର୍ଗତ ଜେମୁଆ ମତଦାନ କେନ୍ଦ୍ର ବାହାରେ ବିଜେପି ଏବଂ ତୃଣମୂଳ କଂଗ୍ରେସସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ତେବେ ଏହି ଗଣ୍ଡଗୋଳ କ୍ରମେ ହିଂସାତ୍ମକ ରୂପ ନେବାରୁ ପୁଲିସ ଲାଠିଚାର୍ଜ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆସୋନସଲ ଆସନରୁ ବିଜେପି ସାଂସଦ ବାବୁଲ ସୁପ୍ରିୟ ଏବଂ ଟିଏମସିର ଅଭିନେତ୍ରୀ ମୁନମୁନ ସେନ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡି ଉପରେ ଆକ୍ରମଣ କରାଯାଇଛି ଏବଂ ଭଙ୍ଗାରୁଜା ମଧ୍ୟ ହୋଇଛି। ସେ ଟିଏମସି କର୍ମକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ସେ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରୁଥିଲେ କିନ୍ତୁ ଜେମୁଆ ମତଦାନ କେନ୍ଦ୍ର ବାହାରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories