www.samajalive.in
Sunday, December 14, 2025
26.1 C
Bhubaneswar

ପୁଲିସ ନିଯୁକ୍ତି ପରୀକ୍ଷା ବେଳେ ଅଘଟଣ: ଜଣେ ପରୀକ୍ଷାର୍ଥୀ ମୃତ, ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲାରେ ଆଇ.ଆର.ବିର ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଯାଇଛି। ଏହା ସହିତ ଆଉ ଦୁଇ ଜଣ ପରୀକ୍ଷାର୍ଥୀ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ମାନଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ନିଯୁକ୍ତି ପରୀକ୍ଷାର ୫ କିଲୋମିଟର ଦୌଡ ପରୀକ୍ଷା ହୋଇଥିଲା। ତେବେ ଦୌଡିବା ସମୟରେ ୨୦୦ କି.ମି ବାକି ଥିବା ସମୟରେ ୩ ଜଣ ପରୀକ୍ଷାର୍ଥୀ ପଡିଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ନୟାଗଡ ଜିଲା ସୋରଡା ଗ୍ରାମର ପ୍ରବାସୀ ନାୟକଙ୍କ ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। ଅନ୍ୟ ଦୁଇ ଜଣ ଢେଙ୍କାନାଳ ଜିଲା ଗେଲେଇକୁଟୁଣୀ ଗ୍ରାମର କୁନା ନାୟକ ଓ ବୌଦ୍ଧ ଜିଲା କରଡି ଗ୍ରାମର ପ୍ରଭାତ କୁମାର ସାହୁ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ତେବେ ଚିକିତ୍ସାଧୀନ ଯୁବକମାନେ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories