www.samajalive.in
Friday, December 5, 2025
26.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୌହାଟୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାହୁଲଙ୍କ ସମେତ କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ହିଂସା ସୃଷ୍ଟି କରିବା ଘଟଣାରେ ଏହି ମାମଲା ରୁଜୁ ହୋଇଛି। ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ରାତିିରେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସେ କହିଛନ୍ତି, କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଆଜି ହିଂସା, ଉତ୍ତେଜନା, ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ଏବଂ ପୁଲିସ ଉପରେ ଆକ୍ରମଣ ପାଇଁ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏଠାରେ ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ’ ଯାତ୍ରା ମଙ୍ଗଳବାର ଦିନ ଗୌହାଟୀରେ ପହଞ୍ଚିଥିଲା, ​​ଯାହାକୁ ଆସାମ ପୁଲିସ ଅଟକାଇଥିଲା। ରାହୁଲ ତାଙ୍କ ସମର୍ଥକଙ୍କ ସହ ଗୌହାଟୀ ସହର ଦେଇ ଯିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇନଥିଲା। ଗୌହାଟୀ ସହରକୁ ଯାଉଥିବା ରାସ୍ତାରେ ପୁଲିସ ବ୍ୟାରିକେଡ୍ କରିଥିଲା। ଏହାପରେ କଂଗ୍ରେସ ସମର୍ଥକମାନେ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

- Advertisement -

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories