ବନ୍ଦ ଘର ଭିତରୁ ମା’ ଓ ଝିଅର ମୃତଦେହ ଉଦ୍ଧାର
ପୋଲସରା: ବନ୍ଦ ଘର ଭିତରେ ମା’ ଓ ଝିଅର ମୃତଦେହ ଠାବ କରାଯାଇଛି। ସାନବରଗାଁ ବାଲିହତାସାହିର ବନ୍ଦ ଘର ଭିତରେ ମା’, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ୫ ବର୍ଷର ଝିଅକୁ ମାରି ମା’ ରସିରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପାରିବାରିକ କଳହ ଯୋଗୁଁ ଏପରି ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲସରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.