www.samajalive.in
Monday, December 8, 2025
24.1 C
Bhubaneswar

ପିଏନବି ଦୁର୍ନୀତି: ଚୌକସୀଙ୍କ ହଂକଂ କମ୍ପାନୀ ନିର୍ଦେଶକ ଗିରଫ

କଲକାତା: ପିଏନବି ଦୁର୍ନୀତିରେ ଅନ୍ୟତମ ଅଭିଯୁକ୍ତ ମେହୁଲ ଚୌକସୀଙ୍କ ଦ୍ୱାରା ହଂକଂରେ ଖୋଲାଯାଇଥିବା କମ୍ପାନୀର ନିର୍ଦେଶକ କଲକାତାରୁ ଗିରଫ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଅନୁଷ୍ଠିତ ଏକ ମିଳିତ ଚଢଉରେ ନିର୍ଦେଶକ ଜଣକ ଗିରଫ ହୋଇଛନ୍ତି। ମେହୁଲ ଚୌକସୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦କୋଟି ଟଙ୍କା ଜାଲିଆତି କରି ଫେରାର ଅଛନ୍ତି।
ଏ ସମ୍ପର୍କରେ ଇଡିଙ୍କ ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇ କଲକାତା ବିମାନବନ୍ଦରରୁ ଚୌକସୀଙ୍କ ହଂକଂ କମ୍ପାନୀ ନିର୍ଦେଶକ ଦୀପକ କୃଷ୍ଣ ରାଓ କୁଲକର୍ଣ୍ଣିଙ୍କୁ ଗିରଫ କରାଯାଇଛି। ଇଡି ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ମେହୁଲ ଗୀତାଞ୍ଜଳୀ ନାମକ ଏକ କମ୍ପାନୀ ଖୋଲିବା ସହ ଏକାଧିକ ଜାଲ କମ୍ପାନୀ ମଧ୍ୟ ଖୋଲିଥିଲେ। ଉକ୍ତ ଜାଲ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ କମ୍ପାନୀ ହଂକଂରେ ରହିଛି। ଏହାର ନିର୍ଦେଶକ ଦୀପକ କୁଲକର୍ଣ୍ଣି ବୋଲି ଉଲ୍ଲେଖ କରାଯାଇଛି। ପିଏନବି ଦୁର୍ନୀତି ପଦାକୁ ଆସିବା ପରେ ମେହୁଲଙ୍କ ସମେତ ଦୀପକଙ୍କ ନାମରେ ମଧ୍ୟ ଜାମିନ ବିହୀନ ୱାରେଣ୍ଟ ଥିଲା। ପୂର୍ବରୁ ଏହି ଘଟଣାରେ ମେହୁଲ ଓ ନୀରବ ମୋଦୀଙ୍କ ବିରୋଧରେ ସିବିଆଇ ଓ ଇଡି ପକ୍ଷରୁ ଜାଞ୍ଚ ଜାରି ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories