www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ୩.୦ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଦୀପାବଳି ଉପହାର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବା, ଚାହିଦା ବଢ଼ାଇବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଚାପଗ୍ରସ୍ତ କ୍ଷେତ୍ର, ଚାଷୀ, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୨.୬୫ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨.୬୫ ଲକ୍ଷ କୋଟିର ପ୍ୟାକେଜ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଦୀପାବଳିର ଉପହାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡ୍‍-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ତଥା ସେମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଜି ଘୋଷଣା କରାଯାଇଥିବା ୧୨ଟି ପଦକ୍ଷେପ ସମାଜର ସବୁ ବର୍ଗର ଲୋକମାନଙ୍କୁ ଲାଭ ଦେବା ସହ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ଓ ଚାହିଦା ବୃଦ୍ଧି କରିବ ଏବଂ ବିକାଶକୁ ଗତି ଦେବ ବୋଲି ସେ କହିଛନ୍ତି।

- Advertisement -


ଶ୍ରୀ ପ୍ରଧାନ କହିଛନ୍ତି କୋଭିଡ୍‍-୧୯ର ପୁନଃଉଦ୍ଧାର ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ନୂତନ ଯୋଗ୍ୟ କର୍ମଚାରୀଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଇପିଏଫ୍‍ ଭରଣା ଭଳି ପଦକ୍ଷେପ ମୋଦି ସରକାରଙ୍କ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏମଏସଏମଇ, ବ୍ୟବସାୟ, ମୁଦ୍ରା ଋଣଦାତା ତଥା ବ୍ୟବସାୟ କରିବା ନିମନ୍ତେ ବ୍ୟକ୍ତିଗତ ଋଣ ପାଇଁ ଏମରଜେନ୍ସିଂ କ୍ରେଡ଼ିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ସ୍କିମର ସମ୍ପ୍ରସାରଣ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରାଯିବା ଚାପଗ୍ରସ୍ତ କ୍ଷେତ୍ରକୁ ସହଯୋଗ ଦେବ ଏବଂ ୱେଲଥ୍‍ କ୍ରିଏଟର୍ସଙ୍କମାନଙ୍କ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଇସ୍ପାତ କ୍ଷେତ୍ର ସମେତ ୧୦ଟି ମହତ୍ୱପୂର୍ଣ୍ଣ କ୍ଷେତ୍ରକୁ ୧.୪୬ ଲକ୍ଷ କୋଟିର ପିଏଲଆଇ (ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ) ଦିଆଯିବା ଘରୋଇ ବଜାରକୁ ନୂଆ ଉତ୍ସାହ ପ୍ରଦାନ କରିବ, ଘରୋଇ ଉତ୍ପାଦନରେ ପ୍ରତିଯୋଗିତାକୁ ଗତି ଦେବ, ଅର୍ଥନୀତି, ପୁଞ୍ଜିନିବେଶ, ରପ୍ତାନୀକୁ ସୁଦୃଢ କରିବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ମେକ୍‍ ଇନ ଇଣ୍ଡିଆକୁ ଦ୍ରୁତ ଗତି ଦେବ। ସ୍ୱତନ୍ତ୍ର ଇସ୍ପାତ୍‍ ସେଗମେଣ୍ଟ୍‍ ପାଇଁ ପିଏଲଆଇ ; ଇସ୍ପାତ ଶିଳ୍ପକୁ ନୂତନ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଦେବ। ଏହାସହ ଘରୋଇ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକର ପ୍ରତିଯୋଗିତାକୁ ବଢ଼ାଇବ ଓ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ। ସବୁଜ ଉର୍ଜା ଓ ଘରୋଇ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ୧୦ ହଜାର ୨୦୦ କୋଟି ଟଙ୍କାର ଶିଳ୍ପ ପ୍ରୋତ୍ସାହନ ରୋଜଗାର ସୃଷ୍ଟି କରିବା ସହ ଉଦ୍ୟମୀଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ଅର୍ଥନୀତିକୁ ମଜବୁତ୍‍ କରିବ। କୋଭିଡ଼-୧୯ର ଟୀକାର ବିକାଶ ପାଇଁ ୯୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ଏକ ଉଚିତ୍‍ ପଦକ୍ଷେପ।

ସେହିପରି ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ ଅତିରିକ୍ତ ୧୮ ହଜାର କୋଟି ଟଙ୍କାର ବ୍ୟବସ୍ଥା, ଇଏମଡ଼ି ସହ ଜଡ଼ିତ ନିୟମାବଳୀରେ ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ସୁବିଧା ପ୍ରଦାନ କରିବା, ଗୃହ କିଣା ଏବଂ ଡେଭଲପରଙ୍କୁ ଆୟକର ରିହାତି ତଥା ଅନ୍ୟାନ୍ୟ ପଦକ୍ଷେପ ଗୃହ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଗେଇ ନେବ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ଓ ଆଗାମୀ ଚାଷ ଋତୁରେ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କୃଷି କ୍ଷେତ୍ରରେ ୬୫ ହଜାର କୋଟି ଟଙ୍କାର ସହାୟତା ଏବଂ ନିଆଯାଇଥିବା ଅନେକ ପଦକ୍ଷେପ ଗ୍ରାମୀଣ ନିଯୁକ୍ତିକୁ ତ୍ୱରାନ୍ୱିତ କରିବ ଏବଂ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories