www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଆରବିଆଇର ଗଭର୍ଣ୍ଣର ଉର୍ଜିତ ପଟେଲ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଗତ ଶୁକ୍ରବାର ଦିନ ହୋଇଥିବା ଏହି ସାକ୍ଷାତକାର ଆଲୋଚନାର ବିଷୟବସ୍ତୁ କଣ ରହିଛି ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ଏକ ଉତ୍ତରଦାୟୀ ସରକାର ଭାବରେ ସୁଧ ହାର କମ୍‍ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଲୋଚନା ସମୟରେ ଗୁରୁତ୍ୱଆରୋପ କରିଥିବା ସୂଚନା ମିଳିଛି। ଆସନ୍ତା ସୋମବାର ହେବାକୁ ଥିବା ଆରବିଆଇ ବୋର୍ଡ ବୈଠକ ପୂର୍ବରୁ ଏହି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏହି ବୈଠକକୁ ଆରବିଆଇର ଦଣ୍ଡବିଧାନ ବା ପ୍ରାୟଶ୍ଚିତର ମୁହୂର୍ତ୍ତ।ଭବେ ଅଭିହିତ କରିଛନ୍ତି।
ଆରବିଆଇ ପାଖରେ ଗଚ୍ଛିତ ଥିବା ୯.୬ ଲକ୍ଷ କୋଟି ଟଙ୍କାର ନଗଦ ରାଶିରୁ ଏକ ତୃତୀୟାଂଶ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ସରକାର ଆରବିଆଇ ଉପରେ ଚାପ ସୃଷ୍ଟି କରୁଛନ୍ତି। ଏହି ରାଶିକୁ ଜନସାଧାରଣଙ୍କ କଲ୍ୟାଣ ଲାଗି ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏଥିସହିତ ସୁଧ ହାର ହ୍ରାସ ପାଇଁ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱଆରୋପ କରୁଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ସୁଧ ହାର ହ୍ରାସ କରୁନଥିବାରୁ ନିବେଶ ଓ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଥିବା କେନ୍ଦ୍ର ସରକାର ଅଭିଯୋଗ କରି ଆସୁଛନ୍ତି। କେନ୍ଦ୍ର ସରକାର ଆରବିଆଇର ଧାରା ୭ ବଳରେ ଆରବିଆଇ କ୍ଷମତାକୁ ସଂକୁଚିତ କରିବାକୁ ଉଦ୍ୟମ କରୁଥିବା ମଧ୍ୟ ଆଲୋଚନା ହେଉଛି। ଏହାକୁ ନେଇ ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଉପୁଜିଛି। ଏପରିକି ଏହି ବିବାଦକୁ ନେଇ ଆରବିଆଇ ଗଭର୍ଣ୍ଣର ଉର୍ଜିିତ ପଟେଲ୍‍ ଇସ୍ତଫା ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଇସ୍ତଫା ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ତେଣୁ ଉର୍ଜିତ ପଟେଲ୍‍ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଇତିମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଋଣ ପୁନଃସଂରଚନା ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଏନ୍‍ପିଏ ସମସ୍ୟା ଦୂର ପାଇଁ ଆରବିଆଇ ଏକ ନୂଆ ଯୋଜନା କରିଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories