www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓବିସି ସାଂସଦ ଓ ନେତୃମଣ୍ଡଳୀ

ନୂଆଦିଲ୍ଲୀ : ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାଂସଦ ଏବଂ ନେତାମାନଙ୍କର ଏକ ପ୍ରତିନିଧି ଦଳ ମଙ୍ଗଳବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଥିବାରୁ ଏହି ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ କହିଥିଲେ ଯେ, ଏହି ଐତିହାସିକ ପଦକ୍ଷେପ ଓବିସି ସମୁଦାୟକୁ ସୁଦୃଢ଼ କରିବ। ସେମାନଙ୍କ ପ୍ରଶଂସାସୂଚକ ଶବ୍ଦ ଏବଂ ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ କୃତଜ୍ଞତା ଜଣାଇଥିଲେ। ତୃଣମୂଳ ସ୍ତରରୁ ଓବିସି ସମୁଦାୟଙ୍କ କଲ୍ୟାଣ ଲାଗି କାର୍ଯ୍ୟ ଜାରି ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧିଦଳକୁ ଉତ୍ସାହିତ କରିଥିଲେ। ଓବିସି ସମୁଦାୟକୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳକୁ ଆହ୍ୱାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ସନ୍ତୋଷ ଗଙ୍ଗୱାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories