www.samajalive.in
Monday, December 8, 2025
14.1 C
Bhubaneswar

ଦେଶରେ ବିକାଶ ମୂଳକ ପ୍ରକଳ୍ପ ଆଉ ବିଳମ୍ବିତ ହେଉନାହିଁ : ମୋଦୀ

ଇଟାନଗର : ଦେଶରେ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଆଉ ବିଳମ୍ବିତ ହେଉନାହିଁ କିମ୍ବା ଅଟକୁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଅରୁଣାଚଳ ପ୍ରଦେଶରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶିଳାନ୍ୟାସ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି ସରକାର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକୁ ଆଗେଇ ନେବାପାଇଁ ଏକ ଧାରା ପ୍ରଚଳନ କରିଛନ୍ତି ।
ଇଟାନଗରରେ ଡୋନୟୀ ପୋଲେ ବିମାନବନ୍ଦର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକୁ ଆରମ୍ଭ କରାଯାଇଛି ତାହା ଯେପରି ନିର୍ଦ୍ଧିଷ୍ଟ ସମୟରେ ଶେଷ ହେବ ସେ ନେଇ ସରକାର ସୁନିଶ୍ଚିତ କରୁଛନ୍ତି। କୌଣସି ପ୍ରକାରର ପ୍ରତିବନ୍ଧକ କିମ୍ବା ପ୍ରକଳ୍ପକୁ ବହୁତ ଦିନ ପର୍ଯ୍ୟନ୍ତ ଅଟକାଇ କରି ରଖିବା ଅଥବା ଅଧାରୁ ପ୍ରକଳ୍ପ ବନ୍ଦ କରି ଅନ୍ୟ କେଉଁଠି ଏହା ଆରମ୍ଭ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼କ ଶେଷ ହେଉଥିବାରୁ ଏହାର ସୁଫଳ ମିଳିପାରିଛି ବୋଲି କହିଛନ୍ତି। ଏହା ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ୍‌ ଫିଲ୍ଡ ବିମାନବନ୍ଦର । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ସବୁ ପ୍ରକାର ପାଗରେ କାର୍ଯ୍ୟକ୍ଷମ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିମାନବନ୍ଦରର ନାମକରଣ ଡୋନୟୀ ଏବଂ ପୋଲେକୁ ନେଇ କରାଯାଇଛି । ଡୋନୟୀ ଅର୍ଥ ସୂର୍ଯ୍ୟ ଏବଂ ପୋଲେ ଅର୍ଥ ଚନ୍ଦ୍ର । ଉଭୟ ବିକାଶର ଦୁଇ ପାର୍ଶ୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ଆଜି ବିକାଶର ରୂପ ଦେଖିପାରିଛି। ଏହି ଅଞ୍ଚଳରେ ଜନସାଧାରଣଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଉଁଶ ଉପରେ ନିର୍ଭର କରି ଚଳୁଥିବା ଉତ୍ତର ପୂର୍ବାଞ୍ଚଳର ଅଧିବାସୀମାନଙ୍କୁ ବାଉଁଶ ଚାଷ କରିବା ପାଇଁ ଅନୁମତି ଦିଆଯାଇଛି ଏବଂ ସେମାନେ ଏଥିରୁ ପ୍ରସ୍ତୁତ ଦ୍ରବ୍ୟ ବିକ୍ରୟ କରିପାରିବେ। ସେ କହିଛନ୍ତି କୃଷକମାନେ ବାଉଁଶ ରୋପଣ ସହ ଏହାକୁ କାଟିବା ପାଇଁ ନିୟମକୁ ସହଜ ଓ ସରଳ  କରାଯାଇଛି । ଏହି ଅବସରରେ ଶ୍ରୀ ମୋଦୀ ୮୫ପ୍ରତିଶତ ଗ୍ରାମାଞ୍ଚଳ ଏବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳର କୃଷକମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ମଧ୍ୟ ଲାଭାନ୍ୱିତ
ହୋଇଛନ୍ତି।
ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ଭିତ୍ତିଭୂମିର ବିକାଶ ସ୍ୱରୂପ ଯୋଗାଯୋଗ ବ୍ୟବସ୍ଥାକୁ ଦୃଢ଼ କରାଯାଉଛି । ସେ କହିଛନ୍ତି ନୂତନ ଭାରତ ନିର୍ମାଣରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବେ ସମସ୍ତଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଡୋନୟୀ ପୋଲେ ବିମାନବନ୍ଦର ହେଉଛି ଅରୁଣାଚଳ ପ୍ରଦେଶର ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର। ସେ କହିଛନ୍ତି ସଂସ୍କୃତିଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ଏବେ ଉତ୍ତର ପୂର୍ବାଞ୍ଚଳକୁ ଅଗ୍ରାଧିକାର ଦିଆଯାଉଛି। ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଦେଶ ଉଦ୍ଦେଶ୍ୟରେ ୬୦୦ ମେଗାୱାଟ ବିଶିଷ୍ଟ କାମେଙ୍ଗ ଜଳ ବିଦ୍ୟୁତ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories