ଇଡିରେ ହାଜର ହେଲେନି ଅକ୍ଷୟ ପରିଜା
ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇନାହାନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରୁ ବାହାରିବା ପରେ ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଶ୍ରୀ ପରିଜା ଆଜି ଇଡିରେ ହାଜର ହୋଇପାରି ନାହାନ୍ତି।
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ପଚରାଉଚରା କରିବା ପାଇଁ ଅକ୍ଷୟଙ୍କୁ ସମନ ହୋଇଥିଲା। ଆଜି ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟରେ ସେ ହାଜର ହେବାର ସମ୍ଭାବନା ଥିଲା। କିନ୍ତୁ ଶେଷରେ ଅକ୍ଷୟଙ୍କ ବଦଳରେ ତାଙ୍କ ଓକିଲ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ବ୍ଲାକମେଲିଂ କ୍ବିନ ଅର୍ଚ୍ଚନାଙ୍କ ନାଁରେ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା ଅଭିଯୋଗ କରିଥିଲେ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ହେଲା ପରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା।
Comments are closed.