www.samajalive.in
Monday, December 8, 2025
14.1 C
Bhubaneswar

ଆଜି ୟୁଏନ୍‌ଏସ୍‌ସି ବୈଠକରେ ଅଧ୍ୟକ୍ଷତା କରିବେ ମୋଦୀ

ନୂଆଦିଲ୍ଲୀ : ସୋମବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସ୍‌ସି) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ ସୁରକ୍ଷା ପରିଷଦର ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି’ ସମ୍ପର୍କିତ ବୈଠକରେ ମୋଦୀ ଅଧ୍ୟକ୍ଷତା କରିବେ। ସୋମବାର ଅପରାହ୍ଣ ୫ଟା ୩୦ରେ ଆଭାସି ମାଧ୍ୟମରେ ଏହି ବୈଠକ ହେବ। ବୈଠକରେ ସାମୁଦ୍ରିକ ଅପରାଧକୁ ଦମନ ଓ ଅସ୍ଥିରତା କ୍ଷେତ୍ରରେ ସହଯୋଗ ଲାଗି ଆଲୋଚନା ହେବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ କେବେ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରି ନାହାନ୍ତି। ବୈଠକରେ ବିଭିନ୍ନ ରାଷ୍ଟ୍ର ନେତା ଓ ପ୍ରତିନିଧିମାନେ ଯୋଗଦେବେ। ଧାରାବାହିକ ପରିବର୍ତ୍ତନ କ୍ରମରେ ଅଗଷ୍ଟ ୧ରୁ ଭାରତକୁ ୟୁଏନ୍‌ଏସସିର ଅଧ୍ୟକ୍ଷ ପଦ ଭାର ଗ୍ରହଣ ମିଳିଛି। ଭାରତର ଏହି ଅଧ୍ୟକ୍ଷତା କାର୍ଯ୍ୟକାଳ ଏକମାସ ପାଇଁ ରହିବ। ସୁରକ୍ଷା ପରିଷଦରେ ଭାରତ ସମେତ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ରହିଥିବାବେଳେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି। ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ମାତ୍ର ୨ବର୍ଷ ପାଇଁ ମିଳିଛି। ଏହି ସଦସ୍ୟତାର ଅବଧି ୨୦୨୧ ଜାନୁଆରୀ ୧ରୁ ଆରମ୍ଭ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories