www.samajalive.in
Monday, December 8, 2025
13.1 C
Bhubaneswar

ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦ୍‍ଘାଟନ କରିବେ। ଏହି ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। ଆଗ୍ରା ମେଟ୍ରୋ ପ୍ରକଳ୍ପ ଦୁଇଟି କରିଡର୍‍କୁ ନେଇ ଗଠିତ ହୋଇଥିବା ବେଳେ ଏହାର ଲମ୍ବ ୨୯ କିଲୋମିଟର ୪୦୦ ମିଟର ରହିଛି। ଏହା ତାଜମହଲ୍‍, ଆଗ୍ରା ଦୁର୍ଗ, ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟେସନ୍‍ ଏବଂ ବସ୍‍ଷ୍ଟାଣ୍ଡ୍‍ ସହ ଯୋଗାଯୋଗ ସ୍ଥାପନ କରିବ।

ଏହି ପ୍ରକଳ୍ପଦ୍ୱାରା ଆଗ୍ରାର ୨୬ ଲକ୍ଷ ଲୋକ ଉପକୃତ ହେବା ସହ ପ୍ରତ୍ୟେକ ବର୍ଷ ଆଗ୍ରା ପରିଦର୍ଶନରେ ଆସୁଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବ। ଆଗ୍ରା ସହରକୁ ଗମନାଗମନ ବ୍ୟବସ୍ଥା କ୍ଷେତ୍ରରେ ଏହା ଆଧୁନିକ ବ୍ୟବସ୍ଥା ଭାବେ ପରିଗଣିତ ହେବ। ଏହି ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ୮ ହଜାର ୩୭୯ କୋଟି ଟଙ୍କା ଆକଳନ କରାଯାଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ଆଗ୍ରା ମେଟ୍ରୋ ପ୍ରକଳ୍ପର ଡିଜାଇନ୍‍ ଅତ୍ୟନ୍ତ ଉନ୍ନତ ଶୈଳୀରେ କରାଯାଇଥିବାରୁ ଏହା ପରିବେଶ ଅନୁକୂଳ, ଆରାମାଦାୟକ ଏବଂ ୫ଟି ମୁଖ୍ୟ ରେଳ ଷ୍ଟେସନ୍‍ ସହ ସଂଯୋଗ ସ୍ଥାପନ କରିବ। ଏହାଛଡ଼ା ବସ୍‍ଷ୍ଟାଣ୍ଡ, କଲେଜ୍‍, ସ୍କୁଲ୍‍, ମାର୍କେଟ୍‍ ପ୍ଲେସ୍‍ ଏବଂ ପର୍ଯ୍ୟଟନ ସ୍ଥଳୀ ସହ ଏହି ପ୍ରକଳ୍ପର ସଂଯୋଗୀକରଣ ରହିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories