www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଭାରତ ବନ୍ଦବେଳେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀର ଶକରପୁର ଅଞ୍ଚଳରୁ ସୋମବାର ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ସହିତ ଗୁଳିବିନିମୟ ଘଟିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ଏବଂ ୩ ଜଣ କାଶ୍ମୀରର ବୋଲି ସୂଚନା ମିଳିଛି।

Image : social media

ଆତଙ୍କୀଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଛପି ରହିଥିବା ଆଶଙ୍କାରେ ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ କାର୍ଯ୍ୟାଳୟରେ ଗିରଫ ସନ୍ଦିଗ୍ଧ ଆତଙ୍କୀମାନଙ୍କୁ ପଚରାଉଚରା କରାଯାଉଛି। ଏମାନଙ୍କୁ ଆଇଏସଆଇ ନାର୍କୋଟେରରିଜମ ଗୋଷ୍ଠୀ ସମର୍ଥନ କରୁଥିବା ସୂଚନା ମିଳିଛି। ତେବେ ଏମାନେ କେଉଁ ସଂଗଠନ ସହିତ ସିଧାସଳଖ ଜଡ଼ିତ ଥିଲେ ସେନେଇ ତଥ୍ୟ ମିଳିନାହିଁ।

- Advertisement -

ଦିଲ୍ଲୀ ସୀମାନ୍ତରେ କୃଷକ ଆନ୍ଦୋଳନ ଚାଲିଥିବାରୁ ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଦିଲ୍ଲୀରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଏହି ସୁଯୋଗରେ ଆତଙ୍କୀମାନେ କୌଣସି ବଡ଼ ଧରଣର ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିବା ଆଶଙ୍କା କରାଯାଉଛି।

ଗୁଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ଗତ ଶୁକ୍ରବାର ସନ୍ଧ୍ୟାରେ ଗୃହ ମନ୍ତ୍ରଣାଳୟକୁ ସତର୍କ କରାଯାଇଛି। ଏହା ପରେ ଗୃହ ମନ୍ତ୍ରଣାଳୟ ଆଦେଶକ୍ରମେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଏବଂ ଅପରାଧ ଶାଖା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କିଛି ସନ୍ଦିଗ୍ଧ ବ୍ୟକ୍ତି ଆନ୍ଦୋଳନକାରୀ ବେଶରେ ବିକ୍ଷୋଭ ସ୍ଥଳରେ ପ୍ରବେଶ କରି ପରିବେଶକୁ ଖରାପ କରିପାରନ୍ତି। ପୁଲିସ ଏବଂ କୃଷକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟାଇବାକୁ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ଷଡ଼ଯନ୍ତ୍ର କରୁଥିବା ସୂଚନାରେ କୁହାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories