www.samajalive.in
Thursday, December 11, 2025
16.1 C
Bhubaneswar

ସାମାଜିକ ନ୍ୟାୟ ଏବଂ ନିରାପତ୍ତା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି କେନ୍ଦ୍ର ସରକାର – ମୋଦୀ

ଡେସ୍କ: ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଏହି ମାସରେ ଆଠ ବର୍ଷ କ୍ଷମତା ସମ୍ପନ୍ନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ, ସନ୍ତୁଳିତ ବିକାଶ, ସାମାଜିକ ନ୍ୟାୟ ଏବଂ ନିରାପତ୍ତା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି।

ସେ କହିଛନ୍ତି, ଏନଡିଏ ସରକାର ଚଳିତ ମାସରେ ଆଠ ବର୍ଷ କ୍ଷମତା ସମ୍ପନ୍ନ କରିବ। ଏହି ବର୍ଷଗୁଡିକ ଦେଶର ସେବା ପାଇଁ ଉତ୍ସର୍ଗୀକୃତ ହୋଇଛି, ଗରିବ ଏବଂ ମଧ୍ୟବିତ୍ତଙ୍କ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଏବଂ ନିରାପତ୍ତା ତଥା ମହିଳା ସଶକ୍ତିକରଣ ସୁନିଶ୍ଚିତ କରାଯାଇଛି। ଜୟପୁରରେ ବିଜେପି ଜାତୀୟ କର୍ମକର୍ତ୍ତାମାନଙ୍କ ବୈଠକକୁ ଉଦ୍‍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ରାଜନୈତିକ ଦଳ ଛୋଟଛୋଟ ଘଟଣାକୁ ନେଇ ଲୋକମାନଙ୍କ ମନରେ ଘୃଣାଭାବ ସୃଷ୍ଟି କରିଛନ୍ତି। ଦେଶର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ସେ ପାର୍ଟି କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶର ବିକାଶ କରିବାରୁ ସେମାନଙ୍କୁ ନିବୃତ୍ତ କରିବା ଲାଗି ଉଦ୍ୟମ କରାଯିବ; କିନ୍ତୁ ସେମାନେ ବିକାଶ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ। ଶ୍ରୀ ମୋଦୀ କହିଛନ୍ତି, ପରବର୍ତ୍ତୀ ୨୫ବର୍ଷର ଲକ୍ଷ୍ୟ ହାସଲ ପାଇଁ ବିଜେପିକୁ କାର୍ଯ୍ୟ କରିବାକୁ ହେବ। ଏହି ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ ଆରମ୍ଭ କରିବା ସକାଲେ ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଦେଶ ସମ୍ମୁଖରେ ଥିବା ସମସ୍ୟାଗୁଡ଼ିକର ଆମକୁ ମିଳିତଭାବେ ସମାଧାନ କରିବାକୁ ହେବ। ସମଗ୍ର ବିଶ୍ୱର ଭାରତ ପ୍ରତି ଯେଉଁ ବିଶ୍ୱାସ ଓ ଆସ୍ଥା ରହିଛି ତାହାକୁ ବଜାୟ ରଖିବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସବ୍‍ କା ସାଥ୍‍, ସବ୍‍ କା ବିକାଶ, ସବ୍‍ କା ବିଶ୍ୱାସ ଓ ସବ୍‍ କା ପ୍ରୟାସ ମନ୍ତ୍ର ବିଷୟରେ ସେମାନଙ୍କୁ ସ୍ମରଣ କରାଇଛନ୍ତି। ଦେଶର ଇତିହାସରେ ପରିବର୍ତ୍ତନ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଦୀର୍ଘ ସମୟ ଧରି ଲୋକମାନଙ୍କର ରାଜନୈତିକ ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟି ଯାଇଥିଲା; କିନ୍ତୁ ୨୦୧୪ ପରେ ଏଥିରେ ପରିବର୍ତ୍ତନ ଘଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ଓ କେନ୍ଦ୍ର ସରକାର ଅଧିକ ସତର୍କ ହେବା ସହ ଉତ୍ତରଦାୟୀ ହୋଇଛନ୍ତି। ବିଜେପି ସଭାପତି ଜେ.ପି. ନଡ୍ଡା, ଜାତୀୟ ଉପସଭାପତି ବୃନ୍ଦ, ଜାତୀୟ ସାଧାରଣ ସମ୍ପାଦକ ବୃନ୍ଦ, ଜାତୀୟ ସମ୍ପାଦକ ବୃନ୍ଦ, ଜାତୀୟ କୋଷାଧ୍ୟକ୍ଷ, ସମସ୍ତ ମୋର୍ଚ୍ଚାର ସଭାପତି ଓ ରାଜ୍ୟଶାଖା ସଭାପତି ବୃନ୍ଦ, ରାଜ୍ୟ ସଂଗଠନ ସମ୍ପାଦକ ବୃନ୍ଦ ଓ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories