ନୂଆଦିଲ୍ଲୀ : ଏନ୍ଡିଏ ସରକାର ସ୍ୱସ୍ଥ୍ୟକ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବାରୁ ସମସ୍ତେ ସୁସ୍ଥ ଜୀବନଯାପନ କରିବା ସହିତ ଶସ୍ତାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ମଦୁରାଇଠାରେ ନିଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥା ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ମଦୁରାଇର ରାଜାଜୀ ଭେଷଜ ମହାବିଦ୍ୟାଳୟ, ତାଞ୍ଜିଭୁର୍ ଓ ତିରୁନେଲଭେଲୀ ଭେଷଜ ମହାବିଦ୍ୟାଳୟର ସୁପର ସ୍ପେଶାଲିଟି ବିଭାଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଯୋଗୁଁ ପ୍ରତିକାରମୂଳକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ସୃଷ୍ଟି ହେବ। ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଗର୍ଭାବସ୍ଥାକୁ ନିରାପତ୍ତା କରିବା ଦିଗରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ବୃହତ୍ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଇ ଭାରତ ପେଟ୍ରୋଲିୟମ ନିଗମର ସମନ୍ୱିତ ଓ ସମ୍ପ୍ରସାରିତ ବିଶୋଧନା ପରିସରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରଛନ୍ତି। ସେହିପରି କୋଚିଠାରେ ପେଟ୍ରୋକେମିକାଲ ପରିସରର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ତ୍ରିଶୁରଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି।
ଏନ୍ଡିଏ ସରକାର ସ୍ୱସ୍ଥ୍ୟସେବା କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି : ମୋଦୀ
Popular Categories



