ନୂଆଦିଲ୍ଲୀ : ଆସନ୍ତା ୩୧ତାରିଖ ଠାରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବୁଧବାର ୩୦ ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଲୋକସଭାରେ କାର୍ଯ୍ୟଧାରା ସୁଚାରୁରୂପେ ସଂପାଦନ ପାଇଁ ବିଭିନ୍ନ ରାଜନୈତିକ ଦଳର ସେ ସମର୍ଥନ ଲୋଡ଼ିବେ ବୋଲି ଆଶା କରାଯାଉଛି।
ଆସନ୍ତା ୩୧ତାରିଖ ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ପହିଲାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯିବ। ଏହି ଅଧିବେଶନ ଫେବୃୟାରୀ ୧୩ ତାରିଖରେ ଶେଷ ହେବ।
୩୧ରୁ ବଜେଟ ଅଧିବେଶନ ; ୩୦ରେ ସର୍ବଦଳୀୟ ବୈଠକ
Popular Categories



