www.samajalive.in
Saturday, December 13, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ତୌତେ କ୍ଷୟକ୍ଷତି ସମୀକ୍ଷା : ଗୁଜରାଟ ପାଇଁ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା

-ଗୁଜରାଟରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା
-କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ସରକାର ପଠାଇବେ ରାଜ୍ୟକୁ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ
-ବାତ୍ୟା ତୌତେ ଦ୍ୱାରା ଦେଶର ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ପ୍ରଦାନ କରାଯିବ ୨ ଲକ୍ଷ ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା
-କେନ୍ଦ୍ରକୁ କ୍ଷୟକ୍ଷତିର ଆକଳନ ପଠାଇବା ପରେ ରାଜ୍ୟଗୁଡିକୁ ପ୍ରଦାନ କରାଯିବ ତତ୍କାଳ ଆର୍ଥିକ ସହାୟତା

ଗାନ୍ଧିନଗର :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବାତ୍ୟା ତୌତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ ଗିରି ସୋମନାଥର ଉନା, ଅମରେଲୀର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ୟ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।
ଗୁଜରାଟ ପାଇଁ ସେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତତ୍କାଳ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ପରେ କେନ୍ଦ୍ର ସରକାର ଏକ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ ପଠାଇ କ୍ଷୟକ୍ଷତି ଆକଳନର ସମୀକ୍ଷା କରିବେ। ଆକଳନକୁ ଭିତ୍ତିକରି ପରବର୍ତ୍ତୀ ସହାୟତା ପ୍ରଦାନ କରାଯିବ। ଗସ୍ତକାଳରେ ଶ୍ରୀ ମୋଦୀ କୋଭିଡ ମହାମାରୀ ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ସଂକ୍ରମଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା। ଗସ୍ତକାଳରେ ଶ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ବାତ୍ୟା ଯୋଗ୍ୟ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ତଥା ଏଥିରେ ଯେଉଁମାନେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ସରକାର ସବୁବେଳେ ସେମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଡାମନ ଏବଂ ଡିଓ, ଦାଦ୍ରା ନଗର ହାବେଳୀ କେନ୍ଦ୍ର ଶାସିତ ଅଞ୍ଚଳରେ ବାତ୍ୟା ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ ଦୁଇ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ପଚାର ହାଜର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ରାଜ୍ୟ ସରକାରମାନଙ୍କ ସହ ବାତ୍ୟା ପରବର୍ତ୍ତୀ ପରିସ୍ଥତି ନେଇ କେନ୍ଦ୍ର ସରକାର ଯୋଗାଯୋଗରେ ଅଛନ୍ତି। ସଂପୃକ୍ତ ରାଜ୍ୟ ସରକାରମାନେ କ୍ଷୟକ୍ଷତି ସଂକ୍ରାନ୍ତରେ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।
ବିପର୍ୟ୍ୟୟ ପରିଚାଳନା ନେଇ ଆମକୁ ଅଧିକ ବୈଜ୍ଞାନିକ ଅଧ୍ୟୟନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ତଃରାଜ୍ୟ ସମନ୍ୱୟ ଅଧିକ ରଖି ଆଧୁନିକ ଯୋଗାଯୋଗ ପଦ୍ଧତିରେ କ୍ଷତିଗ୍ରସ୍ତ ଅଞ୍ଚଳରୁ ଲୋକମାନଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର କରାଯିବ ତାହା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ ହେବା ଆବଶ୍ୟକ । କ୍ଷତିଗ୍ରସ୍ତ ଅଞ୍ଚଳରେ ଭଙ୍ଗା ଘର ଓ ସମ୍ପତ୍ତିବାଡିର ତୁରନ୍ତ ମରାମତି ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories