www.samajalive.in
Friday, December 12, 2025
17.1 C
Bhubaneswar

ବିପନ୍ନ ନାଗରିକଙ୍କୁ ମିଳିବ ମାନବିକ ସହାୟତା

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ‘ଅପରେସନ୍‌ ଗଙ୍ଗା’କୁ ଅଧିକ ତ୍ବରାନ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍‌ ପରିସ୍ଥିତି ଉପରେ ପୁଣିଥରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ୟୁକ୍ରେନ୍‌ ସୀମାନ୍ତ ପୋଲାଣ୍ଡ ରୋମାନିଆ ଓ ହଙ୍ଗେରୀ ଭଳି ରାଷ୍ଟ୍ର ଜରିଆରେ ଭାରତୀୟଙ୍କୁ ଉଦ୍ଧାର କରାଯାଉଥିବାବେଳେ ପରିସ୍ଥିତି ଏଭଳି ଅଧିକ ଜଟିଳ ହୋଇପଡିଛି।
ଏଥିପାଇଁ ଏହି ପଡୋଶୀ ରାଷ୍ଟ୍ରକୁ ଯାଇ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ୍ ସିଂହ ପୁରୀ, କିରଣ ରିଜିଜୁ ଓ (ଅବସରପ୍ରାପ୍ତ ଜେନେରାଲ ଭି.କେ. ସିଂହଙ୍କୁ ଉଦ୍ଧାରକାରୀ ଦଳରେ ସାମିଲ କରାଯାଇଛି । କେବଳ ନିଜ ନାଗରିକଙ୍କୁ ନୁହେଁ, ଅନ୍ୟ ଫସି ରହିଥିବା ଅନ୍ୟ ପଡୋଶୀ ରାଷ୍ଟ୍ରର ନାଗରିକ ଓ ବିକାଶଶୀଳ ରାଷ୍ଟ୍ରର ବିପନ୍ନ ଲୋକଙ୍କୁ ମଧ୍ୟ ଭାରତ ଉଦ୍ଧାର କରିବାରେ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦେଶ ଦେଇଥିବା ବୈଠକ ପରେ ବିଦେଶ ବ୍ୟାପାର ମୁଖପାତ୍ର ଅରନ୍ଦମ୍‌ ବାଗଚୀ ସୂଚନା ଦେଇଛନ୍ତି। ଭାରତ ସମଗ୍ର ବିଶ୍ବକୁ ଏକ ପରିବାର ଭାବେ ଗ୍ରହଣ କରିଆସିଛି। ୟୁକ୍ରେନ୍‌ ଛାଡି ପଡୋଶୀ ରାଷ୍ଟ୍ରଙ୍କ ସୀମାରେ ଜୀବନ ରକ୍ଷା ପାଇଁ ପ୍ରବେଶ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ଭାରତ ମାନବିକ ସହାୟତା ଯୋଗାଇବ। ଆସନ୍ତାକାଲି ଏକ ମାଲବାହୀ ବିମାନ ଜରିଆରେ ସହାୟତା ସାମଗ୍ରୀ ପଠାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories