www.samajalive.in
Sunday, December 14, 2025
26.1 C
Bhubaneswar

ମୁଣ୍ଡ ନୁଆଁଇ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ଅଗଷ୍ଟ ୨୬ ତାରିଖରେ ସିନ୍ଧୁଦୁର୍ଗ ଜିଲାର ମାଲଓ୍ବନଠାରେ ସ୍ଥାପିତ ଶିବାଜୀଙ୍କ ୩୫ ଫୁଟ ଉଚ୍ଚ ପ୍ରତିଭୂର୍ତ୍ତି ଭାଙ୍ଗିଯାଇଥିଲା। ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଗଭୀର ଦୁଃଖିତ ପ୍ରକାଶ କରିବା ସହିତ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି। ଶିବାଜୀ ମହାରାଜ ଆମମାନଙ୍କ ପାଇଁ ଦେବତା ଏବଂ ଭାରତୀୟ ଇତିହାସର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ବୋଲି ଶୁକ୍ରବାର ମହାରାଷ୍ଟ୍ରର ପାଲଘରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୋଦୀ କହିଥିଲେ।

ମୋଦୀ କହିଥିଲେ, ଛତ୍ରପତି ଶିବାଜୀ ମହାରାଜ ଆମ ପାଇଁ କେବଳ ଗୋଟିଏ ନାଁ ନୁହନ୍ତି। ଆଜି ମୁଁ ମୋ ମୁଣ୍ଡ ନୁଆଁଇ ମୋ ଭଗବାନ ଛତ୍ରପତିଙ୍କୁ କ୍ଷମା ମାଗୁଛି। ଯେଉଁମାନେ ଛତ୍ରପତିଙ୍କୁ ନିଜର ଭଗବାନ ବୋଲି ମାନନ୍ତି, ସେମାନଙ୍କୁ ବି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୪ ତାରିଖରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ସାମୁଦ୍ରିକ ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ଛତ୍ରପତିଙ୍କ ଅବଦାନ ଏବଂ ଐତିହାସିକ ମରାଠା ନୌସେନା ପ୍ରତି ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ତେବେ ପ୍ରତିମୂର୍ତ୍ତି ଭାଙ୍ଗିଯିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲା। ମୋଦୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ମୁମ୍ବଇ କଂଗ୍ରେସ ସଭାପତି ତଥା ସାଂସଦ ବର୍ଷା ଗାଏକ୍ଵାଡ୍‌ ଦାବି କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories