www.samajalive.in
Monday, December 8, 2025
14.1 C
Bhubaneswar

ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ : ’ନ୍ୟାୟପାଳିକା ଉପରେ ଭରସା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରୁଛି’- ମୋଦୀ

ନୂଆଦିଲ୍ଲୀ : ଗୁଜରାଟର ହାଇକୋର୍ଟର ହୀରକ ଜୟନ୍ତୀ କାର୍ୟ୍ୟକ୍ରମରେ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୁଜୁରାଟ ହାଇକୋର୍ଟ ସତ୍ୟ ଏବଂ ନ୍ୟାୟ ପାଇଁ କରିଥିବା କର୍ତ୍ତବ୍ୟ ଏବଂ ନିଷ୍ଠା ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ମଜବୁତ କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ କର୍ତ୍ତବ୍ୟ ଏବଂ ନିଷ୍ଠାର ସହିତ ଗୁଜୁରାଟ ହାଇକୋର୍ଟ ସତ୍ୟ ଏବଂ ନ୍ୟାୟ ପାଇଁ କାର୍ଯ୍ୟ କରିଛନ୍ତି, ଏହାର ସାମ୍ବିଧାନିକ କର୍ତ୍ତବ୍ୟ ପାଇଁ ଯେଉଁ ତତ୍ପରତା ଦେଖାଇଛନ୍ତି ତାହା ଉଭୟ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଏବଂ ଭାରତର ଗଣତନ୍ତ୍ରକୁ ମଜବୁତ କରିଛି। ଆମ ସମ୍ବିଧାନରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକାକୁ ଦିଆଯାଇଥିବା ଦାୟିତ୍ବ ଆମ ସମ୍ବିଧାନ ପାଇଁ ପ୍ରାଣ ବାୟୁ ଭଳି। ଆମର ନ୍ୟାୟପାଳିକା ସମ୍ବିଧାନର ପ୍ରାଣ ବାୟୁ ରକ୍ଷା କରିବାର ଦାୟିତ୍ବକୁ ଦୃଢତାର ସହିତ ପୂରଣ କରିଛି। ଭାରତୀୟ ସମାଜରେ ଦେଶର ଆଇନ ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଏବଂ ସାମାଜିକ ଜୀବନର ଆଧାର ହୋଇ ଆସିଛି। ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକ କୁହନ୍ତି –ନ୍ୟାୟମୂଲଂ ସୁରାଜ୍ୟ ସ୍ୟାତ୍। ଅର୍ଥାତ ସୁରାଜ୍ୟର ମୂଳ ହେଉଛି ନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନ୍ୟାୟପାଳିକା ଉପରେ ଭରସା ସାଧାରଣ ନାଗରିକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ତାଙ୍କୁ ସତ୍ୟ ପାଇଁ ଠିଆ ହେବାକୁ ଶକ୍ତି ଦେଇଛି। ସ୍ୱାଧୀନତା ପରଠାରୁ ଦେଶର ଯାତ୍ରାରେ ନ୍ୟାୟପାଳିକାର ଅବଦାନ ବିଷୟରେ ଆଲୋଚନା କରିବା ଏବଂ ବାରର ଅବଦାନ ବିଷୟରେ ମଧ୍ୟ ଆଲୋଚନା କରିବା ଆବଶ୍ୟକ। ଆମର ନ୍ୟାୟ ବ୍ୟବସ୍ଥା ଏପରି ହେବା ଉଚିତ ଯେ ଏହା ସମାଜର ଶେଷ ପହାଚରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ ଏବଂ ଠିକ୍ ସମୟରେ ନ୍ୟାୟ ନିଶ୍ଚିତ ହୋଇଥାଏ। ଏହି ଦିଗରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ନ୍ୟାୟର ଆଦର୍ଶ ଯାହା ଭାରତୀୟ ରୀତିନୀତିର ଏକ ଅଂଶ ହୋଇଆସିଛି, ନ୍ୟାୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଅଧିକାର। ତେଣୁ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ବିଶ୍ୱ ସ୍ତରୀୟ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଭୟ ନ୍ୟାୟିକ ଏବଂ ସରକାରଙ୍କ ଦାୟିତ୍ବ। ଡିଜିଟାଲ୍ ଇଣ୍ଡିଆ ମିଶନ୍ ଆଜି ଆମର ନ୍ୟାୟ ବ୍ୟବସ୍ଥାକୁ ବହୁତ ଶୀଘ୍ର ଆଧୁନିକୀକରଣ କରୁଛି। ଆଜି ଦେଶରେ ୧୮ ହଜାରରୁ ଅଧିକ କୋର୍ଟ କମ୍ପ୍ୟୁଟରୀକରଣ ହୋଇଛି । ଭିଡିଓ କନଫରେନ୍ସିଂ ଏବଂ ଟେଲି କନଫରେନ୍ସିଂକୁ ସୁପ୍ରିମକୋର୍ଟରୁ ଆଇନଗତ ଅନୁମୋଦନ ମିଳିବା ପରେ ସମସ୍ତ କୋର୍ଟରେ ଇ-ପ୍ରୋସେସିଂ ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ସୁପ୍ରିମକୋର୍ଟ ବିଶ୍ୱରେ ସବୁଠାରୁ ଅଧିକ ମାମଲା ଶୁଣାଣି କରିପାରିଛନ୍ତି ବୋଲି ଶୁଣିବା ପରେ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି। ଗୁଜୁରାଟ ହାଇକୋର୍ଟର ଏହି ଅବିସ୍ମରଣୀୟ ଯାତ୍ରାକୁ ସ୍ମରଣ କରିବା ପାଇଁ ସେ ଏକ ଡାକ ଟିକଟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗୁଜୁରାଟର ଲୋକଙ୍କୁ ମୋର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories