www.samajalive.in
Monday, December 8, 2025
20.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ

କଟକ : କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟାଙ୍ଗୀ ଗୋବିନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ପୁଲିସ କିମ୍ବା ପରିବାର ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ। ମର୍ଡର ପରଠାରୁ ସେ ଫେରାର ଥିଲେ ଏବଂ ପୁଲିସ ତାଙ୍କୁ ଖୋଜୁଥିଲା। ତେବେ ଟ୍ରକ ଧକ୍କାରୁ ତାଙ୍କ ମୃତ୍ୟୁ ହୋଇଥିିବା ଜଣା ପଡୁଛି। ଘଟଣା ସ୍ଥଳରୁ ପୁଲିସ ବାଇକ ଓ ମୋବାଇଲ ଜବତ କରିଛି। ତେବେ ଏହି ମୃତ୍ୟୁକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି କୁହାଯାଉଛି ।

- Advertisement -

ଗତକାଲି ରାତିରେ ଟାଙ୍ଗୀ ଏନଏଚ ରାସ୍ତା କଡରୁ ଏକ କଣ୍ଟେନର ତଳୁ ତାଙ୍କୁ ଉଦ୍ଧାର କରଯାଇଥିଲା । ଟାଙ୍ଗୀ ପୁଲିସ କଟକ ବଡ ମେଡିକାଲକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ରାସ୍ତାର ପୁରା ବାମପଟ ଫୁଟପାଥରୁ ମୃତଦେହ ମିଳିଛି। ତେବେ ବ୍ୟବହୃତ ବାଇକରେ ଦୁର୍ଘଟଣାର ଛାପ ନଥିବାବେଳେ ଏହି ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି, ଏହା ହତ୍ୟା ନା ଦୁର୍ଘଟଣା।

ସୂଚନା ଯୋଗ୍ୟ, ମାହାଙ୍ଗା ଡ଼ବଲ୍‍ ମର୍ଡ଼ର ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଘଟଣା ପରଠାରୁ ଫେରାର ଥିଲା। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଥିଲା। ତେବେ ଏହା ଏକ ଦୁର୍ଘଟଣା ନା ପ୍ରଫୁଲ୍ଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨ ତାରିଖ ସଂନ୍ଧ୍ୟାରେ ସାଲେପୁର କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ଏକ ବାଇକ୍‍ ଯୋଗେ ନୃତାଙ୍ଗ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ ସେମାନଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଦିବ୍ୟସିଂହଙ୍କ ମୃତ୍ୟୁ ଘଟିଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories