www.samajalive.in
Monday, December 8, 2025
27.1 C
Bhubaneswar

ନବଗ୍ରହଙ୍କ ଶୁଭଫଳ ପାଇଁ ଏହି ଫଳରସର କରନ୍ତୁ ସେବନ

ନବଗ୍ରହଙ୍କ ପ୍ରଭାବ ସଭିଁଙ୍କ ଉପରେ ରହିଥାଏ। ଏହାସହ ନବଗ୍ରହଙ୍କ ଦୋଷ ଦୂର କରିବା ପାଇଁ ଏହା ବିଭିନ୍ନ ଖାଦ୍ୟ ସହ ମଧ୍ୟ ଜଡିତ ବୋଲି ମାନ୍ୟତା ରହିଛି। ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟର ମଧ୍ୟ ଉପକାର ହୋଇଥାଏ। ଅନେକ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଗ୍ରହଙ୍କ ଶୁଭଫଳ ମିଳିଥାଏ। ଜାଣନ୍ତୁ….
ସୂର୍ଯ୍ୟ – ସୂର୍ଯ୍ୟ ଯଶ, ମାନସମ୍ମାନ ଆଦିର କାରକ ଅଟନ୍ତି। ସୂର୍ଯ୍ୟଙ୍କ ନକରାତ୍ମକ ପ୍ରଭାବ ଦୂର ପାଇଁ ଓ ଶୁଭଫଳ ପାଇଁ ବିଟ୍‍ , ଡ଼ାଳିମ୍ବ, ଟମାଟୋ, ଆମ୍ବ ରସର ସେବନ କରିବା ଉଚିତ। ଏହାଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ।
ଚନ୍ଦ୍ରମା – ଚନ୍ଦ୍ରମା ମନ, ସୌନ୍ଦର୍ଯ୍ୟ, ମାନସିକ ଶାନ୍ତିଙ୍କ କାରକ କୁହାଯାଏ। ଚନ୍ଦ୍ରମାଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ ଓ ଆଖୁ ରସ ପିଇବା ଆବଶ୍ୟକ।
ମଙ୍ଗଳ – ଡାଳିମ୍ବ, ବିଟ୍‍ , ଟମାଟୋ ଜୁସ ପିଇବା ଦ୍ୱାରା ମଙ୍ଗଳଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ।
ବୁଧ – ବୁଧ ଉତ୍ତମ ବାଣୀ, ଜ୍ଞାନର କାରକ ବୋଲି କୁହାଯାଏ। ନିୟମିତ ନାସପାତି, ଅଁଳା ଜୁସ ପିଇବା ଦ୍ୱାରା ବୁଧଙ୍କ ଶୁଭଫଳ ମିଳିଥାଏ।
ଗୁରୁ- ଗୁରୁଙ୍କୁ ଧନ, ଜ୍ଞାନ, ଯଶର କାରକ ମଧ୍ୟ କୁହାଯାଏ। ଗୁରୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ କଦଳୀ, ପାଚିଲା ଅମୃତଭଣ୍ଡା, କମଳା, ଆଦି ଜୁସର ସେବନ କରନ୍ତୁ।
ଶୁକ୍ର – ଐଶ୍ୱର୍ଯ୍ୟ, ଧନ, ସୁଖ ସୁବିଧା ଓ ସୌନ୍ଦର୍ଯ୍ୟର ପ୍ରତୀକ ଶୁକ୍ର ଗ୍ରହ ବୋଲି କୁହାଯାଏ। ଶୁକ୍ରଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ, ମୂଳା, ଆଦିର ଜୁସ ପିଇବା ଦ୍ୱାରା ଶୁଭଫଳ ମିଳିଥାଏ।
ଶନି-ରାହୁ-କେତୁ – ଶନି,ରାହୁ,କେତୁଙ୍କର ଶୁଭଫଳ ପାଇଁ ବିଭିନ୍ନ କଳାରଙ୍ଗର ଫଳ , ପନିପରିବା ସହ କଳା ଅଙ୍ଗୁର ରସ ପିଅନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories