www.samajalive.in
Saturday, December 13, 2025
26.1 C
Bhubaneswar

‘ସମାଜ’ ପକ୍ଷରୁ ସରକାରୀ ମହିଳା ମହାବିଦ୍ୟାଳୟରେ ଚାରାରୋପଣ

କେନ୍ଦୁଝରଗଡ଼ : ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ଓ ଦୈନିକ ‘ସମାଜ’ ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ ଶନିବାର ୭୪ତମ ବନ ମହୋତ୍ସବ ପାଳନ ପରପ୍ରେକ୍ଷୀରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଭାକର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜେ ଚାରାରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ଅବସରରେ ସାମ୍ପ୍ରତିକ ସ୍ଥିତିରେ ଚାରାରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ପରାମର୍ଶ ଦେବାସହ ଚାରାର କିଭଳି ଯତ୍ନ ନିଆଯାଇ ବୃକ୍ଷରେ ପରିଣତ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।

- Advertisement -

ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡ.ଧର୍ମବୀର ମୋହନ ସିଂ, ଯୁବ ରେଡକ୍ରସ୍‌‌ କାର୍ଯ୍ୟକାରୀ ଅଧିକାରୀ ଡ.ବାଣିଶ୍ରୀ ଦାସ, ସମାଜ କେନ୍ଦୁଝରଗଡ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର, କେନ୍ଦୁଝର ସଦର ପ୍ରତିନିଧି ବିଜ୍ରୟ କୁମାର ମିଶ୍ର, କର୍ମଚାରୀ ପବିତ୍ର ବେହେରା ଓ ସହାୟକ ତାରିଣୀ ପ୍ରସାଦ ବେହେରା ପ୍ରମୁଖ ସାମିଲ ହୋଇ ଚାରାରୋପଣ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ.ସୁଷମା ନାୟକଙ୍କ ନେତ୍ୟତ୍ୱରେ ସହକାରୀ ପ୍ରଫେସର ଜ୍ୟୋତିରଞ୍ଜନ ଜେନା, ରଞ୍ଜନ କୁମାର ବେହେରା, ରାଜକୁମାର ପାତ୍ର, ଗଣେଶ୍ୱର ମହାନ୍ତ, ଦୁର୍ଯ୍ୟୋଧନ ପାତ୍ର, ସ୍ୱେଛାସେବୀ ଡଲି ମହାନ୍ତ, ଶୁଭଶ୍ରୀ ନାଏକ, ଲାବଣ୍ୟବତୀ ମହାନ୍ତ, ଲଳିତ କୁମାର ବେହେରା, ସୁରେଶ ଥାପା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମହାବିଦ୍ୟାଳୟର ଯୁକ୍ତ ୨ ଓ ଯୁକ୍ତ ୩ଶ୍ରେଣୀର ଜାତୀୟ ସେବା ଯୋଜନା ସ୍ୱେଛାସେବୀ, ଯୁବ ରେଡକ୍ରସ୍‌‌, ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇ ଚାରାରୋପଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories