www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରଥମ ଓଡ଼ିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ପି.କେ ମିଶ୍ର

ନୂଆଦିଲ୍ଲୀ : ପ୍ରଥମ ଓଡ଼ିଆ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ଶ୍ରୀ ମିଶ୍ର ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିଲେ। ସେ ସମ୍ବଲପୁରର ବାସିନ୍ଦା ଓ ୧୯୭୨ ବ୍ୟାଚ୍‍ ଗୁଜରାଟ କ୍ୟାଡର ଆଇଏଏସ୍‍ ଅଫିସର।

ସୂଚନାଯୋଗ୍ୟ, ଡଃ ମିଶ୍ର ୧୯୭୦ ମସିହାରେ ତତକାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)ରୁ
ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ୍‍ ପାଇଥିଲେ। ସେତେବେଳେ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାରେ ସେ ପ୍ରଥମ ଛାତ୍ର ଥିଲେ। ସମ୍ବଲପୁରରୁ କଲେଜ ଶିକ୍ଷା ସାରି ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ଅର୍ଥନୀତିରେ ପ୍ରଥମଶ୍ରେଣୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଡଃ ମିଶ୍ର ସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଣ୍ଟ ଇକୋନମିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ପାଇ ସେଠାରେ ପିଏଚଡି କରିଥିଲେ। ତାଙ୍କର ଅନେକ ଗବେଷଣାତ୍ମକ ଓ ଉଚ୍ଚ ଅଧ୍ୟୟନମୂଳକ ପ୍ରବନ୍ଧ ଆନ୍ତର୍ଜାତିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories