www.samajalive.in
Thursday, December 11, 2025
13.1 C
Bhubaneswar

ପିପିଲି ପ୍ରିମିୟର ଲିଗ୍‍ ଫାଇନାଲ ; ଟ୍ରଫି ଫାଇଟରକୁ ହରାଇ ପିଚ୍‍ ସ୍ମାସର ଚମ୍ପିୟାନ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଦାସାହି ସ୍ଥିତ ଇନ୍ଦିରା ମଇଦାନ ଠାରେ ନୀଳକଣ୍ଠେଶ୍ୱର କ୍ରିକେଟ୍‍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ପିପିଲି ପ୍ରିମିୟର ଲିଗ୍‍ ଟେନିସ୍‍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ରେ ଟ୍ରଫି ଫାଇଟର ଟିମ୍‍କୁ ୧୨ ରନ୍‌ରେ ହରାଇ ପିଚ୍‍ ସ୍ମାସର ଟିମ୍‍ ଚମ୍ପିୟାନ ହୋଇଛି ।

ଟ୍ରଫି ଫାଇଟର ଟିମ୍‍ ପ୍ରଥମେ ଟସ୍‍ ଜିଣି ପିଚ୍‍ ସ୍ମାସର ଟିମ୍‍କୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ପିଚ୍‍ ସ୍ମାସର ଟିମ୍‍ ୫ ୱିକେଟ୍‍ ବିନିମୟରେ ୧୪୫ ରନ୍‍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବ୍ରଜ ୧୮ଟି ବଲ୍‌ରେ ସର୍ବାଧିକ ୬୬ ରନ୍‍ କରିଥିଲେ । ଏହାର ଜବାବରେ ଟ୍ରଫି ଫାଇଟର ଟିମ୍‍ ୪ ୱିକେଟ୍‍ ବିନିମୟରେ ୧୩୩ ରନ୍‍ କରିବାକୁ ସମର୍ଥ ହୋଇଥିଲେ । ମ୍ୟାଚ୍‍କୁ ଅଭୟ କୁମାର ବେହେରା ଓ ବିଜୟ କୁମାର ବେହେରା ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

- Advertisement -

ଟୁର୍ଣ୍ଣାମେଣ୍ଟର ଉଦ୍‍ଯାପନୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୁରୀ ଜିଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, ପିପିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଓଡିଶା ଟେନିସ କ୍ରିକେଟ୍‍ ଆସୋସିଏସନର ଭାଇସ ଚେୟାରମ୍ୟାନ ଆଶୋକ କୁମାର ଦାଶ, ଇଂ. ଆଶିଷ ଜେନା, ସମାଜସେବୀ ଅଶୋକ ସାମନ୍ତରାୟ, ବିଘ୍ନେଶ ଦାସ, ପୂର୍ବତନ ସମିତିସଭ୍ୟ ହରେକୃଷ୍ଣ ପାଇକରାୟ, ପ୍ରଦୀପ ବଢେଇ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଟିମ୍‍କୁ ୧୦ହଜାର ଟଙ୍କା ସମେତ ଟ୍ରଫି ଓ ରନର୍ସ ଦଳକୁ ୬ହଜାର ଟଙ୍କା ସମେତ ଟ୍ରଫି ଦେଇ ପୁରଷ୍କୃତ କରିଥିଲେ । ଆୟୋଜକ ଦଳର ଅକ୍ଷୟ ପ୍ରଧାନ, ରୋହିତ ଖାନ, ସୌମ୍ୟକାନ୍ତ ସ୍ୱାଇଁ, ଅଶୋକ ପଲେଇ, ଅଜୟ ବେହେରା, ବିଶ୍ୱକଲ୍ୟାଣ ଦାଶ, ଇନ୍ଦ୍ରଜିତ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories