ଛତୁ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ପିପିଲି :ପିପିଲି ବ୍ଲକର ଦlଣ୍ଡମୁକୁନ୍ଦପୁର ଗ୍ରାମସ୍ଥିତ କଳିଙ୍ଗ ଛତୁ ଉଦ୍ୟୋଗ ଠାରେ ୪୦ ଦିନ ବ୍ୟାପି କୃଷି ଉଦ୍ୟୋଗ ସମ୍ବନ୍ଧୀୟ ଜ୍ଞାନକୌଶଳ ଆରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ ଚିପିଲିମା କୃଷି ମହାବିଦ୍ୟାଳୟ ଓ ସମ୍ବଲପୁର ସ୍ଥିତ ଉଦ୍ୟାନ କୃଷି ମହାବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଛତୁଚାଷ, ଛତୁ ବିହନ ଉତ୍ପାଦନ, ମାର୍କେଟିଂ ସହିତ ପ୍ରକ୍ରିୟାକରଣ ଉପରେ ବିଷଦ ଭାବରେ ଚର୍ଚ୍ଚା ସହ ତାଲିମ ପ୍ରଦାନ କରାଯାଇଥିଲା l ଅନ୍ତିମ ଦିବସ ତଥା ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାଙ୍କନ ପତ୍ର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l କଳିଙ୍ଗ ଛତୁ ଉଦ୍ୟୋଗର ପ୍ରତିଷ୍ଠାତା ସନ୍ତୋଷ କୁମାର ମିଶ୍ର ପ୍ରଶିକ୍ଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Comments are closed.